www.samajalive.in
Sunday, December 7, 2025
26.1 C
Bhubaneswar

‘ପୁସ୍ତକ ମାନବ ସମାଜର ଜୀବନରେଖା’

ଭବାନୀପାଟଣା: ପୁସ୍ତକ ମାନବ ସମାଜର ଜୀବନ ରେଖା। ଖଣ୍ଡେ ପୁସ୍ତକ ଯୁଗଯୁଗ ପାଇଁ ବାର୍ତ୍ତାବହ ସାଜେ। ନେପୋଲିଅନଙ୍କ ଭାଷାରେ ପୁସ୍ତକ ଖଣ୍ଡାଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ। ଆଜି ଲେଖିକା କଳ୍ପନା ରଥଙ୍କ ରଚିତ ଦୁଇଟି ପୁସ୍ତକ ଉନ୍ମୋଚନ ଅବସରରେ ବକ୍ତାମାନେ ଏଭଳି ମତ ପୋଷଣ କରିଥିଲେ। ସ୍ଥାନୀୟ ବ୍ରଜ ବିହାର ଶିଶୁ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀରୂପା ପବ୍ଲିକେସନ୍ ଦ୍ଵାରା ପ୍ରକାଶିତ ବିଶିଷ୍ଟ ଲେଖିକା କଳ୍ପନା ରଥଙ୍କ ଗଳ୍ପ ସଙ୍କଳନ ‘ପ୍ରଥା’ ଏବଂ କବିତା ସଙ୍କଳନ ‘କଣ୍ଢେଇ’ ଲୋକାର୍ପଣ ହେଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ଲିଙ୍ଗରାଜ ମିଶ୍ର, ବରିଷ୍ଠ ସାମ୍ବାଦିକ ସାମ୍ବାଦିକ ଉମା ଶଙ୍କର କର, ବିଶିଷ୍ଟ ଶିକ୍ଷାବିତ୍ ଉମେଶ ଶତପଥି, ବରିଷ୍ଠ ଓକିଲ ମୀନକେତନ ମିଶ୍ର, ଗବେଷକ ପରମେଶ୍ବର ମୁଣ୍ଡ, ସାହିତ୍ୟିକ ଲଳିତ କାନୁନଗୋ, ଗାଳ୍ପିକ ସୁକାନ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। କବି ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିବାବେଳେ କବି ପ୍ରତାପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କଳାହାଣ୍ଡି ଲେଖିକା ସଂଘ ସଂପାଦିକା କଳ୍ପନା ରଥଙ୍କ ପୂର୍ବ ପ୍ରକାଶିତ ପୁସ୍ତକ ‘ବୋଉର ଶାଢି’ ବେଶ୍ ପାଠକୀୟ ଆଦୃତି ଲାଭ କରିଥିଲା।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories