www.samajalive.in
Monday, December 8, 2025
17.1 C
Bhubaneswar

ଟ୍ରମ୍ପଙ୍କ ଉପରକୁ ଆକ୍ରମଣ ପରେ ଏମିତି କହିଲେ ଏଲନ ମସ୍କ

ନୂଆଦିଲ୍ଲୀ : ଅରବପତି ଏଲନ ମସ୍କ କହିଛନ୍ତି, ଗତ ୮ ମାସରେ ତାଙ୍କ ଉପରକୁ ୨ ଥର ହତ୍ୟା ଉଦ୍ୟମ କରାଯାଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ପରେ ଏଲନ ଏମିତି ବୟାନ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ସମୟ ଅଧିକ ବିପଜ୍ଜନକ ।  ୨ ଜଣ ଭିନ୍ନ ଭିନ୍ନ ସ୍ଥାନରେ ତାଙ୍କୁ ମାରିବାକୁ ଉଦ୍ୟମ କରିସାରିଛନ୍ତି । ଏପରିକି ଟେକ୍ସାସରେ ଟେସଲାର ମୁଖ୍ୟାଳୟରୁ ପ୍ରାୟ ୨୦ ମିନିଟର ଡ୍ରାଇଭ ପରେ ବନ୍ଧୁକ ସହିତ ଜଣକୁ ଗିରଫ କରାଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ଏହା ସହିତ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନ ପାଇଁ ମଧ୍ୟ ଆଗେଇ ଆସିଛନ୍ତି ଏଲନ ମସ୍କ । ସେ ଆଗାମୀ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବା ନେଇ ସ୍ପଷ୍ଟ ଘୋଷଣା କରିଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ଏହି ଆକ୍ରମଣ ପରେ ସିକ୍ରେଟ୍ ସର୍ଭିସ ମୁଖ୍ୟଙ୍କ ଇସ୍ତଫା ଦେଇଦେବା ଉଚିତ୍ । କହିରଖୁଛୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାଷଣ ସଭାରେ ଗୁଳି ଚାଲିଥିଲା ଏବଂ ତାଙ୍କ ମୁଣ୍ଡରୁ ରକ୍ତ ବାହାରୁଥିବା ନଜର ଆସିଥିଲା । ତାଙ୍କୁ ଆମେରିକାର ସିକ୍ରେଟ ସର୍ଭିସର ଏଜେଣ୍ଟ ମଞ୍ଚରୁ ସୁରକ୍ଷିତ ଭାବେ ନେଉଥିଲେ । ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା କିନ୍ତୁ ସେ ସୁରକ୍ଷିତ ଥିବା ସୂଚନା ଗଣମାଧ୍ୟମକୁ ଦିଆଯାଇଥିଲା ।

କିଛି ସମୟ ପରେ ଖୋଲିବ ରତ୍ନଭଣ୍ଡାର: ପହଞ୍ଚିଲା ୬ ସିନ୍ଦୁକ, ମନ୍ଦିର ଭିତରକୁ ଗଲେ ୧୧ ଜଣିଆ ଟିମ୍‌

- Advertisement -

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories