www.samajalive.in
Saturday, December 6, 2025
16.1 C
Bhubaneswar

ଆଖଣ୍ଡଳମଣିଙ୍କ ଶ୍ରାବଣଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଆରଡି: ଚଳିତମାସ ୨୨ରୁ ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହେବ ଶ୍ରାବଣଯାତ୍ରା। ଏହି ଯାତ୍ରା ଆସନ୍ତା ଅଗଷ୍ଟ ୧୯ଯାଏଁ ଏକମାସ ଧରି ପାଳିତ ହେବ। ଏହି ଅବସରରେ ମଣିବାବାଙ୍କ ପାଖରେ ଜଳାଭିଷେକ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ବୋଲବମ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଜିଲାପାଳଙ୍କ ସଦଭାବନା ସଭାଗୃହରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ଅଧ୍ୟକ୍ଷତାରେ ଜିଲା ଆରକ୍ଷିଅଧିକ୍ଷକ ବରୁଣ ଗୁଣ୍ଠପାଲି, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ଜିଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ ଜେନା, ଡିଆଇଭି ଡିଏସପି ପ୍ରଭାତ ବିଶ୍ବଳଙ୍କ ସମେତ ପ୍ରମୁଖ ଅଧିକାରୀମାନେ ଯୋଗଦେଇଥିଲେ। ଉକ୍ତ ବୈଠକର ପ୍ରାରମ୍ଭରୁ ସେବାୟତ ବିଜୟ କୁମାର ଦାସ ଶ୍ରାବଣଯାତ୍ରା ନୀତିର ସୂଚନା ପ୍ରଦାନ କରିଥିଲେ।

ସେହିପରି ପୀଠରେ ଭିଡ ନିୟନ୍ତ୍ରଣ ସହ ଟ୍ରାଫିକ ବ୍ୟବସ୍ଥା, ନଦୀଘାଟର ସୁରକ୍ଷା ବ୍ୟବସ୍ଥା ଆଦି ଉପରେ ଜିଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠପାଲି ଆଲୋଚନା କରିଥିଲେ। ବିଶେଷକରି ବୋଲବମ ଭକ୍ତଙ୍କ ଜଳଲାଗି ପାଇଁ ମନ୍ଦିର ଭିତର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ଏଥିସହ ସ୍ବତନ୍ତ୍ର ବାରିକେଡ ସହିତ ଆଲୋକ ବ୍ୟବସ୍ଥା କରାଯିବ। ପୀଠରେ ଥିବା ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ ପୁଲିସ ମୁତୟନ ରହିବା ସହ ଜଳପଥରେ ଓଡ୍ରାଫ ଟିମ ପଇଁତରା ମାରିବେ। ଅନ୍ୟପଟେ ପୀଠରେ ପ୍ରତି ରବିବାର ସୋମବାର ପାନୀୟଜଳ, ଆଲୋକ, ପରିମଳ ବ୍ୟବସ୍ଥା , ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ। ତାହାସହ ମନ୍ଦିର ପାଖରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ମନ୍ଦିରର ସେବାୟତ ଗଦାଧର ପାଢୀ, ଆଶିଷ ପାଢୀ, ଅରବିନ୍ଦ ପାଢୀ, ଆର୍ତ୍ତବନ୍ଧୁ ପାଢୀ, ବାବାଜି ଶଙ୍କର ପାଢୀ, ଲଲାଟକିଶୋର ପାଢୀ, ବିଭୁତି ପାଢୀ, ଜିବନାନନ୍ଦ ପାଢୀ ପ୍ରମୁଖ ଯୋଗଦେଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories