www.samajalive.in
Wednesday, December 10, 2025
26.1 C
Bhubaneswar

ସରକାରଙ୍କ ନୂଆ ନିଷ୍ପତ୍ତି, ଏହି ରାଜ୍ୟରେ ଶସ୍ତାରେ ମିଳିବ ହାଇବ୍ରିଡ୍ କାର୍

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ସରକାର ହାଇବ୍ରିଡ୍ କାରର ରେଜିଷ୍ଟ୍ରେସନ ଫି ସମ୍ପୂର୍ଣ୍ଣ ଛାଡ କରିଦେଇଛନ୍ତି । ଏହା ବ୍ୟତୀତ ରୋଡ୍ ଟ୍ୟାକ୍ସରେ ମଧ୍ୟ ରିହାତି ଦିଆଯାଉଛି । ୟୁପି ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟବାସୀ କମ୍ ଦାମରେ ହାଇବ୍ରିଡ୍ କାର୍ କିଣିପାରିବେ । ଏହା ସହିତ ମାରୁତି ସୁଜୁକି, ଟୋୟୋଟା ଏବଂ ହୋଣ୍ଡା କାର ଭଳି କମ୍ପାନୀମାନଙ୍କୁ ମଧ୍ୟ ଏହାର ଫାଇଦା ମିଳିବ ।

ଉତ୍ତର ପ୍ରଦେଶ ସରକାର ହାଇବ୍ରିଡ୍ ଏବଂ ପ୍ଲଗ୍ ଇନ୍ ହାଇବ୍ରିଡ୍ କାରରେ ରେଜିଷ୍ଟ୍ରେସନ ଫିକୁ ୧୦୦ ପ୍ରତିଶତ ଛାଡ କରିଛନ୍ତି ଯାହାକି ତତ୍କାଳ ପ୍ରଭାବରେ ଲାଗୁହୋଇଛି । ୟୁପି ସରକାର ୧୦ ଲକ୍ଷ ଟଙ୍କାର କମ୍ ଦାମ୍ ବିଶିଷ୍ଟ ଚାରିଚକିଆ ଯାନରେ ୮ ପ୍ରତିଶତ ଏବଂ ୧୦ ଲକ୍ଷ ଟଙ୍କାରୁ ଅଧିକ ଦାମୀ ଗାଡିରେ ୧୦ ପ୍ରତିଶତ ରୋଡ୍ ଟ୍ୟାକ୍ସ ଚାର୍ଜ କରିଥାନ୍ତି ।

- Advertisement -

ଇକୋ ଫ୍ରେଣ୍ଡଲି ଗାଡିକୁ ପ୍ରୋତ୍ସାହନ ଦେବା ପାଇଁ ୟୁପି ସରକାର ଏମିତି ପଦକ୍ଷେପ ଉଠାଉଛନ୍ତି । ୨୦୨୫ ଅକ୍ଟୋବର ପର୍ଯ୍ୟନ୍ତ ଏହି ଛାଡ ଦିଆଯାଇଛି । ଉପଭୋକ୍ତା ଏହି ସମୟ ମଧ୍ୟରେ ରିହାତିର ଫାଇଦା ଉଠାଇପାରିବେ । ସୂଚନାଯୋଗ୍ୟ ଉତ୍ତର ପ୍ରଦେଶ ଭାରତର ସବୁଠାରୁ ବଡ କାର ବଜାର ମଧ୍ୟରୁ ଗୋଟିଏ ଯାହା ବିଶ୍ବର ତୃତୀୟ ସବୁଠାରୁ ବଡ ଅଟୋମୋବାଇଲ ବଜାରର ୧୦ ପ୍ରତିଶତ । ୨୦୨୪ର ପ୍ରଥମ ୬ମାସରେ ୟୁପିରେ ୨,୩୬,୦୯୭ ୟୁନିଟ୍ ଗାଡି ବିକ୍ରି ହୋଇଛି ଯାହା ୨୦୨୩ର ପ୍ରଥମ ୬ ମାସରେ ବିକ୍ରି ହୋଇଥିବା ଗାଡି ତୁଳନାରେ ୧୩.୪୬ ପ୍ରତିଶତ ଅଧିକ ।

ବିଶ୍ୱ ଡିଜିଟାଲ କାରବାରର ବିଶ୍ୱସନୀୟ ମଡେଲ ପ୍ରଦାନ କରୁଛି ଭାରତ – ମୋଦୀ

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories