ଉଦୟଗିରି ପାହାଡ଼ ପରିଦର୍ଶନ କଲେ ରାଷ୍ଟ୍ରପତି
ଭୁବନେଶ୍ଵର: ୪ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଐତିହାସିକ ଉଦୟଗିରି ପାହାଡ଼ ପରିଦର୍ଶନ କରିଛନ୍ତି। ଉଦୟଗିରି ପାହାଡ଼ର ରାଣୀ ଗୁମ୍ଫା, ହାତୀ ଗୁମ୍ଫା, ଜମ୍ବେଶ୍ଵର ଗୁମ୍ଫା, ସର୍ପ ଗୁମ୍ଫା ଆଦି ବୁଲି ଦେଖିଛନ୍ତି। ଏହା ସହ ମହାମେଘବାହାନ ଐର ଖାରବେଳଙ୍କ ସମୟର ଗୁମ୍ଫାଗୁଡ଼ିକରେ ହୋଇଥିବା ଖୋଦେଇ କାରୁକାର୍ଯ୍ୟକୁ ମଧ୍ୟ ଦେଖିଛନ୍ତି। ଐତିହାସିକ ଉଦୟଗିରି ପାହାଡ଼ ବୁଲି ନିଜର ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସୂଚନାଯୋଗ୍ୟ, ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଶନିବାର ଭୁବନେଶ୍ଵରରେ ପହଞ୍ଚିଥିଲେ।
Comments are closed.