ବଦଳିବ ଏହି ରାଶିଙ୍କ ଭାଗ୍ୟ: ସାପ୍ତାହିକ ରାଶିଫଳ

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଅସୁବିଧାରେ ପଡ଼ିପାରନ୍ତି। ଅର୍ଥହାନି ଯୋଗ ସୃଷ୍ଟି ହେବ। ସାମାନ୍ୟ ତ୍ରୁଟି ଆପଣଙ୍କୁ ଅସୁବିଧାରେ ପକାଇ ଦେଇପାରେ। ବୁଧବାର ଓ ଗୁରୁବାର କାର୍ଯ୍ୟକୁଶଳୀ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ଶୁକ୍ରବାର ଓ ଶନିବାର ନୂତନ ନିଯୁକ୍ତି ମିଳିପାରେ। ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦାମ୍ପତ୍ୟରେ ଆନନ୍ଦପ୍ରାପ୍ତ ହେବ। ପ୍ରେମରେ ସଫଳତା ଲାଭ କରିବେ। ବୁଧବାର ଓ ଗୁରୁବାର ଯୋଜନା ଅନୁସାରେ କାର୍ଯ୍ୟକରି ସଫଳତା ଲାଭ କରିବେ। ଶତ୍ରୁ ପରାସ୍ତ ହେବେ। ଶୁକ୍ରବାର ଓ ଶନିବାର ସନ୍ତାନମାନଙ୍କୁ ନେଇ ଗର୍ବ ଅନୁଭବ କରିବେ। ବନ୍ଧୁ ସହଯୋଗପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମାଶ୍ରୟୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ କମଳାତ୍ମିକା ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସହଯୋଗୀମାନଙ୍କ ବିରୋଧ ଦେଖାଦେବ। ଅର୍ଥହାନି ହୋଇପାରେ। ବୁଧବାର ଓ ଗୁରୁବାର ବୈବାହିକ ସମସ୍ୟା ଦୂରହେବ। ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଆପୋଷ ଆଲୋଚନାରେ ସମାଧାନ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମନ୍ତ୍ର ଜପ କରନ୍ତୁ।
କର୍କଟ:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରି ଆନନ୍ଦିତ ହେବେ। ଦାନଶୀଳ ହେବେ। ବୁଧବାର ଓ ଗୁରୁବାର ଅଯଥା ସମସ୍ୟାକୁ ନେଇ ମାନସିକ ଅବସାଦ ସୃଷ୍ଟି ହେବ। ଦୂରଯାତ୍ରା କରିବେ ନାହିଁ। ଶୁକ୍ରବାର ଓ ଶନିବାର ସାମାଜିକ ପ୍ରତିଷ୍ଠା ଲାଭ କରିବେ। ଭ୍ରମଣପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓ ହ୍ରିଂ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମାନୁରାଗୀ ହେବେ। ପରିଶ୍ରମ ଅନୁସାରେ ଫଳପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ସମୟର ସୁବିନିଯୋଗ କରି ସଫଳତା ଲାଭ କରିବେ। ଧୈର୍ଯ୍ୟବାନ୍‌ ହେବେ। ଶୁକ୍ରବାର ଓ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ସାମାନ୍ୟ ଆଘାତ ଲାଗିପାରେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା:ରବିବାର ଓ ସୋମବାର ଚାହୁଁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଯୋଜନା ଅନୁସାରେ କାର୍ଯ୍ୟକରି ସଫଳତା ପ୍ରାପ୍ତିହେବ। ଆୟ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ସଂସ୍ଥାରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତିଟି ପଦକ୍ଷେପରେ ଜଗିରଖି ଚଳିବେ। ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି। ଦ୍ରବ୍ୟ ଚୋରି ହୋଇପାରେ। ବୁଧବାର ଓ ଗୁରୁବାର ଅର୍ଥ ଲାଭ ହେବ। ସୁସମ୍ବାଦ ପ୍ରାପ୍ତିହେବ। ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ଶୁକ୍ରବାର ଓ ଶନିବାର ନିଜ ପ୍ରତିଭାର ସୁବିନିଯୋଗ କରି ପ୍ରତିଷ୍ଠା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।
ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ନୂତନ ନିଯୁକ୍ତି ମିଳିପାରେ। ପ୍ରତିଯୋଗିତାରେ ବିଜୟୀ ହେବେ। ବୁଧବାର ଓ ଗୁରୁବାର ଦୂରଯାତ୍ରା ସ୍ଥଗିତ ରଖନ୍ତୁ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁକ୍ରବାର ଓ ଶନିବାର ବନ୍ଧୁ ବାନ୍ଧବଙ୍କ ଗହଣରେ ସମୟ ବିତିବ। ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଆନନ୍ଦରେ ନିରାନନ୍ଦ ସୃଷ୍ଟି ହେବ। ଋଣଯୁକ୍ତ ହେବେ। ବୁଧବାର ଓ ଗୁରୁବାର ଦୂରଯାତ୍ରା ସଫଳତା ପ୍ରଦାନ କରିବ। ଶ୍ରୀଯୁକ୍ତ ହେବେ। ପାରିବାରିକ ଆନନ୍ଦ ଲାଭ କରିବେ। ଶୁକ୍ରବାର ଓ ଶନିବାର ଭାବିଚିନ୍ତି କାର୍ଯ୍ୟ କରିବେ। ଶତ୍ରୁ ବୃଦ୍ଧି ହେବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗା ସହସ୍ରନାମ ପାଠ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରଗତିଶୀଳ ହେବେ। ଆନନ୍ଦ ଉଲ୍ଲାସରେ ସମୟ କଟିବ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ବୁଧବାର ଓ ଗୁରୁବାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଶୁକ୍ରବାର ଓ ଶନିବାର ନୂତନ ଗୃହ ଆରମ୍ଭ କରିବା ପାଇଁ ଯୋଜନା କରିବେ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତିହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶନୈଶ୍ଚର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଅର୍ଥପ୍ରାପ୍ତିର ଯୋଗ ସୃଷ୍ଟି ହେବ। ଯଶ, ମାନ, ଗୌରବ ପ୍ରାପ୍ତି ହେବ। ପ୍ରତିଷ୍ଠାଯୁକ୍ତ ହେବେ। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ନୂତନ ବନ୍ଧୁଲାଭ ହେବ। ଶୁକ୍ରବାର ଓ ଶନିବାର ଅଯଥା ଖର୍ଚ୍ଚାନ୍ତର ସମ୍ମୁଖୀନ ହେବେ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀଙ୍କର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।
ମୀନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମ ଅନୁରୂପ ଫଳପ୍ରାପ୍ତି ହେବ। ପରୋପକାରୀ ହେବେ। ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ବୁଧବାର ଓ ଗୁରୁବାର ପଦୋନ୍ନତି ପ୍ରାପ୍ତହେବ। ସୁସମ୍ବାଦ ମିଳିପାରେ। ଶୁକ୍ରବାର ଓ ଶନିବାର ସାମାଜିକ ପ୍ରତିଷ୍ଠା ଲାଭ ହେବ। ଯଶ, ମାନ, ଗୌରବ ପ୍ରାପ୍ତ ହେବ। ସମ୍ମାନିତ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଦୁର୍ଗାଷ୍ଟକ ପାଠ କରନ୍ତୁ।

Comments are closed.