www.samajalive.in
Sunday, December 7, 2025
16.1 C
Bhubaneswar

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’କୁ ନେଇ ଆସିଲା ଖବର; ପ୍ରଥମେ ରିଲିଜ୍ ତାରିଖ, ଆଉ ଏବେ..

ନୂଆଦଲ୍ଲୀ : ଆସିଲା ‘ପୁଷ୍ପା ୨ ଦି ରୁଲ୍‌’ କୁ ନେଇ ବଡ ଖବର। ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ‘ପୁଷ୍ପା ୨’ ଗୋଟିଏ। ପ୍ରଶଂସକ ଖୁବ୍ ଉତ୍କଣ୍ଠାର ସହ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହା ବର୍ଷ ଶେଷ ସୁଦ୍ଧା ରିଲିଜ୍ ହେବ ଏବଂ ବର୍ତ୍ତମାନ ଏହାର ସୁଟିଂର ଶେଷ ପର୍ଯ୍ୟାୟରେ। ଏକ ରିପୋର୍ଟରେ କୁହାଯାଇଛି, ଫିଲ୍ମର ସୁଟିଂ ଅଗଷ୍ଟ ୩୧ ସୁଦ୍ଧା ଶେଷ ହେବ ଏବଂ ଟିମ୍ କୁ ମାତ୍ର ୬୦ ଦିନ ମଧ୍ୟରେ ସୁଟିଂ ଶେଷ କରିବାକୁ ପଡିବ। ରିପୋର୍ଟରେ ଫିଲ୍ମ ସହ ଜଡିତ ଏକ ଟିମ୍ ଏହାର ଅନ୍ତିମ ସୁଟିଂ କାର୍ଯ୍ୟସୂଚୀ ବିଷୟରେ ସୂଚନା ଦେଇଛି।

ଜାଣନ୍ତୁ ଜିଓର ସବୁଠାରୁୁ ଶସ୍ତା ପ୍ଲାନ୍ ବିଷୟରେ..

- Advertisement -

ରିପୋର୍ଟରେ କୁହାଯାଇଛି ଟିମ୍ ଚାପରେ ରହିଛି। ୨ ମାସର ସମୟ ସୀମା ମଧ୍ୟରେ ବହୁତ କିଛି କାମ ଶେଷ କରିବାକୁ ରହିଛି। ଫିଲ୍ମର ନିର୍ଦ୍ଦେଶକ ସୁକୁମାର କୌଣସି ଜିନିଷରେ ସାଲିସ୍ କରିବେ ନାହିଁ। ଦର୍ଶକଙ୍କୁ ଏକ ସୁନ୍ଦର ସିନେମା ଭେଟି ଦେବା ପାଇଁ ସଭିଏଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସହ ସ୍ଥିର ହୋଇଥିବା ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଚାହୁଁଛନ୍ତି।
ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ‘ପୁଷ୍ପା ୨ ଦି ରୁଲ୍‌’କୁ ତିଆରି କରାଯାଉଛି ଏବଂ ଏହି ଚଳଚ୍ଚିତ୍ରରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଫରଦ ଫାସିଲ ମୁଖ୍ୟ ଭୂମିକାରେ ନଜର ଆସିବେ। ଚଳିତ ବର୍ଷ ରିଲିଜ୍ ହେବାକୁ ଥିବା ଏହା ସବୁଠାରୁ ବଡ ଚଳଚ୍ଚିତ୍ର ବୋଲି କୁହାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories