www.samajalive.in
Sunday, December 7, 2025
15.1 C
Bhubaneswar

ଆଦିସ୍କନ୍ଧ ସମାଜର ବୈଠକ ଅନୁଷ୍ଠିତ

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଗାଡେବନ୍ଧ ଗ୍ରାମରେ ଆଦିସ୍କନ୍ଧ ସମାଜ ଗାଡେବନ୍ଧ ପଞ୍ଚାୟତର ଏକ ବୈଠକ ପଞ୍ଚାୟତ ସଭାପତି କୈଳାଶ ଚନ୍ଦ୍ର ମାଝୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବରେ ନର୍ଲା ବ୍ଲକ ଆଦିସ୍କନ୍ଧ ସମାଜ ସଭାପତି ଝସ୍କେତନ ମାଝୀ, ସମ୍ପାଦକ ବିଦୁ ମାଝୀ, ଆଦିବାସୀ ସଂଘ ନର୍ଲା ବ୍ଲକ ସଭାପତି ହରି ଶଙ୍କର ମାଝୀ ସମ୍ପାଦକ ମାୟାଧର ମାଝୀ, ବୀରକମଲ୍ ମଇଦାନ ଅଶୁରଗଡ ସମ୍ପାଦକ ଦେବ ମାଝୀ, କୋଷାଧ୍ୟକ୍ଷ ଛବି ରାଜ ମାଝୀ, ଶିକ୍ଷାବିତ୍ ତଥା କନ୍ଧାନ୍ କବି କ୍ଷୀତିଶ ଚନ୍ଦ୍ର ମାଝୀ ଯୋଗ ଦେଇ ଥିଲେ। ସମାଜର ପାରମ୍ପରିକ ପୂଜାପାଠ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା। ସମାଜର ସଂଗଠନ, ରିତି ନୀତି ପ୍ରଥା ପରମ୍ପରା, ଆଦିବାସୀଙ୍କ ହକ ଅଧିକାର, ଏକତା ଉପରେ ଆଲୋଚନା ହୋଇଥିଲା ଓ ଏକ ନୂତନ ଗ୍ରାମ ପଞ୍ଚାୟତ କମିଟି ଗଠନ କରାଗଲା। ସଭାପତି ଭାବରେ କୈଳାସ ଚନ୍ଦ୍ର ମାଝୀ, ଉପସଭାପତି ଡିଙ୍ଗର ମାଝୀ, ସମ୍ପାଦକ ସଞ୍ଜୟ ମାଝୀ, ସହ ସମ୍ପାଦକ ବୁଦ୍ଧ ଦେବ ମାଝୀ, କୋଷାଦକ୍ଷ ରାଜିବ ମାଝୀ ଓ କମିଟି ସଂଯୋଜକ ଭାବରେ ଭରତ ମାଝୀଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଗଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories