www.samajalive.in
Thursday, December 11, 2025
23.1 C
Bhubaneswar

ନୂତନ ଦଣ୍ଡବିଧି ଆଇନ ସଂପର୍କୀତ ସଚେତନତା

ଆଠଗଡ଼: ଆଠଗଡ଼ ଥାନା ପକ୍ଷରୁ ଜୁଲାଇ ୧ତାରିଖରୁ ଦେଶରେ କାର୍ଯ୍ୟକ୍ଷମ ହୋଇଥିବା ନୂତନ ଦଣ୍ଡବିଧି ଆଇନ ସମ୍ବନ୍ଧୀୟ ଏକ ସଚେତନତା କର୍ମଶାଳା ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ସ୍ୱତନ୍ତ୍ର ପିପି ପ୍ରସନ୍ନ କୁମାର ରାଉତ, ସହକାରୀ ପିପି ସିଦ୍ଧାର୍ଥ ମହାନ୍ତି, ଦୀପକ ପ୍ରସାଦ ମାନସିଂହ, ବିଡିଓ ପ୍ରଦୀପ କୁମାର ସାହୁ ଓ ଓକିଲ ସଂଘର ସଂପାଦକ ବନବିହାରୀ ସାହୁ ସମ୍ମାନିତ ବକ୍ତାଭାବେ ଯୋଗଦେଇ ନୂତନ ଦଣ୍ଡବିଧି ଆଇନ ସଂପର୍କରେ ଆଲୋକପାତ କରିଥିଲେ। ବ୍ରିଟିଶ ଶାସନ ସମୟରେ ୧୬୪ବର୍ଷ ପୂର୍ବରୁ ଭାରତରେ ପ୍ରଚଳିତ ଦଣ୍ଡବିଧି ଆଇନକୁ ପରିବର୍ତ୍ତନ କରାଯାଇ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଜୁଲାଇ ଏକ ତାରିଖରୁ ଦେଶରେ କାର୍ଯ୍ୟକ୍ଷମ ହୋଇଛି। ଏହି ନୂତନ ଆଇନ ଜନସାଧାରଣଙ୍କ ପାଇଁ ସହଜ ଓ ସରଳ ହେବା ସହିତ ତ୍ୱରିତ ନ୍ୟାୟ ପ୍ରଦାନରେ ସହାୟକ ହେବ। ବିଶେଷକରି ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ଉପରେ ହେଉଥିବା ଅପରାଧରେ ସଂଶ୍ଲିଷ୍ଟ ଅପରାଧୀଙ୍କୁ କଠୋର ଦଣ୍ଡ ବ୍ୟବସ୍ଥା ଏହି ଆଇନରେ ରହିଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ଏହି ଆଇନ ବ୍ୟବସ୍ଥାରେ ଏତଲା, ତଦନ୍ତ ଓ ସାକ୍ଷ୍ୟ ଗ୍ରହଣ ଆଦି ସମସ୍ତ କାର୍ଯ୍ୟ ଡିଜିଟାଲାଇଜେନସ କରାଯାଉଥିବାରୁ ସାଧାରଣ ଲୋକ, ପୁଲିସ ଓ ନ୍ୟାୟପାଳିକକୁ ନ୍ୟାୟ ପ୍ରଦାନରେ ସୁବିଧା ହେବ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡ଼ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ଲୋକ ପ୍ରତିନିଧି ଯୋଗଦାନ କରିଥିଲେ। ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ...

ନେହେରୁ, ଇନ୍ଦିରା ଭୋଟ ଚୋରି କରିଥିଲେ: ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ...

Related Articles

Popular Categories