www.samajalive.in
Sunday, December 7, 2025
23.1 C
Bhubaneswar

ଆରମ୍ଭ ହେଲା ଶନିଙ୍କ ବକ୍ର ଚଳନ ; ଏହି ରାଶିଙ୍କ ବଦଳିଯିବ ଭାଗ୍ୟ, ମିଳିବ ଧନ ହିଁ ଧନ..

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ବିଶେଷ ସ୍ଥାନ ପ୍ରାପ୍ତ ହୋଇଛି। ଜୁଲାଇ ୧ ଠାରୁ ଶନିଙ୍କ ବକ୍ର ଚଳନ ଆରମ୍ଭ ହୋଇଛି। ୧୪ ନଭେମ୍ବର ପର୍ଯ୍ୟନ୍ତ ବକ୍ରୀ ରହିବେ। ଶନି କୁମ୍ଭ ରାଶିରେ ବକ୍ରୀ ହେବା ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ। ଶନିଙ୍କ ଶୁଭ ଦୃଷ୍ଟି ନ ରହିଲେ ବ୍ୟକ୍ତି ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ। ମାତ୍ର ଶୁଭ ଦୃଷ୍ଟି ରହିଲେ ବ୍ୟକ୍ତିଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହୋଇଥାଏ। କେଉଁ ରାଶିଙ୍କ ଚମକିବ ଭାଗ୍ୟ..

ମେଷ – ଏହି ରାଶିଙ୍କ ପ୍ରେମ କ୍ଷେତ୍ରରେ ସଫଳତା ମିଳିବ। ସମ୍ପର୍କକୁ ଗଭୀରତାକୁ ବୁଝିବା ସହ ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। ଆପଣଙ୍କ ବ୍ୟକ୍ତିତ୍ୱ ଦ୍ୱାରା ଅନ୍ୟମାନେ ଆକର୍ଷିତ ହେବେ। କର୍ମକ୍ଷେତ୍ର ଓ ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବା ସହ ନାମ ଓ ପ୍ରତିଷ୍ଠା ବୃଦ୍ଧି ପାଇବ।

ଜାଣନ୍ତୁ ରାତିରେ ଭାତ ଖାଇଲେ ହୋଇପାରେ ମାରାତ୍ମକ ରୋଗ..

- Advertisement -

ବୃଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଘରେ ହସଖୁସିର ବାତାବରଣ ବୃଦ୍ଧି ପାଇବ। ଶୁଭ କାର୍ଯ୍ୟର ଯୋଜନା କରି ପାରନ୍ତି। ନୂତନ ଯାନ କିଣିବାର ଯୋଗ ରହିଛି। ଜମିବାଡିକୁ ନେଇ ଥିବା ଆଇନ ଜନିତ ମାମଲା ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରେମ କ୍ଷେତ୍ରରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ସହାୟତା କାରଣରୁ ଲାଭବାନ୍ ହେବେ। ଯାତ୍ରା ପାଇଁ ଯିବାର ସମୟ ଅନୁକୂଳ ରହିଛି। ଘରେ ଶାନ୍ତିର ବାତାବରଣ ରହିବ। ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ।

ସିଂହ – ଆପଣଙ୍କ ବ୍ୟକ୍ତିତ୍ୱ ପାଇଁ ପ୍ରଶଂସିତ ହେବେ। ବ୍ୟକ୍ତିତ୍ୱ ପାଇଁ ଅନ୍ୟ ମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିବେ। ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ। ଧନ ସମ୍ପତ୍ତି ବୃଦ୍ଧି ହେବ। ଆୟର ସ୍ରୋତ ବୃଦ୍ଧି ହେବ। ପଦ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ହେବ।

ବାସ୍ ଏହି ଗଛ ଘରେ ଥିଲେ ଦୂର ହୁଏ ଗ୍ରହ ଦୋଷ, ଧନକୁ କରେ ଆକର୍ଷିତ, ରୁହେନି ଅଭାବ..

କର୍କଟ – ବିଦେଶ ଯିବାକୁ ଇଚ୍ଛା ରଖିଥିବା ବ୍ୟକ୍ତି ବିଶେଷ ଲାଭବାନ୍ ହେବେ। ଭ୍ରମଣର ଇଚ୍ଛା ପୂରଣ ହେବ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ସନ୍ତୋଷର ଅନୁଭବ ହେବା ସହ ମନ ଶାନ୍ତ ରହିବ।

କନ୍ୟା – କେତେକ କ୍ଷେତ୍ରରେ ସଫଳତା ମିଳିବ। ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟୀ ଲାଭବାନ୍ ହେବେ। ଆନନ୍ଦ ଓ ଉତ୍ସାହ ମିଳିବ।

ଧନୁ – ଆମଦାନୀରେ ଖୁବ୍ ଉନ୍ନତି ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟରେ ସଫଳତା ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପଦନ୍ନୋତି ହୋଇପାରେ। ନିବେଶରେ ଲାଭବାନ୍ ହେବେ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories