www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭାବବିହ୍ୱଳ ଭିଡିଓ ; ଟି-୨୦ ବିଶ୍ୱକପ ଜିିତିବା ପରେ ରୋହିତ ଶର୍ମା କଲେ ଏମିତି, ଜିତିଲେ ହୃଦୟ..

ବାର୍ବୋଡାସ୍: ଟି-୨୦ ବିଶ୍ବକପ ଜିତିଲା ଭାରତ। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭାରତ ୭ ରନରେ ପରାସ୍ତ କରିଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚମ୍ପିଆନ ହୋଇଛି। ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ବକପରେ ଭାରତ ଚମ୍ପିଆନ ହୋଇଥିଲା ।

 

View this post on Instagram

 

A post shared by ICC (@icc)


ଭାରତ ଟି-୨୦ ବିଶ୍ବକପ ୨ୟ ଥର ନିଜର କରିଛି। ଧୋନୀଙ୍କ ପରେ ରୋହିତ ଶର୍ମା ଅଧିନାୟକ ଥିବା ସମୟରେ ଭାରତ ଟି-୨୦ ବିଶ୍ବକପକୁ ନିଜ ନାମରେ କରିଛି। ମ୍ୟାଚ୍ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଖୁବ୍ ଭାବବିହ୍ୱଳ ହୋଇଯାଇଥିଲେ। ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଆଇସିସି ଏକ ଭିଡିଓ ଶେୟାର କରିଛି। ଯେଉଁଥିରେ ରୋହିତ ଶର୍ମା ବିଜୟ ହାସଲ କରିବା ପରେ ପିଚ୍ କୁ ପ୍ରଣାମ କରି ପିଚ୍ ର ମାଟିକୁ ପାଟିରେ ଲଗାଇ ନିଜର ଭାବନା ବ୍ୟକ୍ତ କରିଥିଲେ। ଭାରତୀୟ ଦଳ ଅଧିନାୟକ ରୋହିତଙ୍କ ଏଭଳି ଭାବନା କ୍ରିକେଟ୍ ପ୍ରେମୀଙ୍କ ମନକୁ ଛୁଇଁଛି। ଏହାକୁ ସଭିଏଁ ଖୁବ୍ ପ୍ରଶଂସା କରିବା ସହ ହୃଦୟକୁ ଜିତିଛି। ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ବକପରେ ଭାରତ ଚାମ୍ପିଅନ ହୋଇଥିଲା।

ଜୁଲାଇରେ ଏହି ରାଶିଙ୍କ ରହିବନି ଚିନ୍ତା : ଖୋଲିବ ବନ୍ଦ ଭାଗ୍ୟର ତାଲା, ମିଳିବ ଚାକିରି,ଧନ..

- Advertisement -


ଟି-୨୦ ବିଶ୍ୱକପର ଫାଇନାଲରେ ଶନିବାର ବାର୍ବୋଡାସ୍‌ର ବ୍ରିଜ୍‌ଟୋନର କେସିଙ୍ଗଟୋନ୍ ଓଭାଲରେ ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଥିଲେ। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିଜୟୀ ପାଇଁ ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories