www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ଵରରେ ମନୋଜ ଆହୁଜା: ଆଜି ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ

ଭୁବନେଶ୍ଵର: ଆଜି ସରିବ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ଆଜିଠୁ ଦାୟିତ୍ଵ ଗ୍ରହଣ କରିବେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଏଥିଲାଗି ସେ ସକାଳୁ ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତି। ମୁଖ୍ୟ ଶାସନ ସଚିବ ଭାବରେ ନାଁ ଘୋଷଣା ହେବା ପରେ ସେ ଓଡିଶା ଫେରିଛନ୍ତି। ଆଜି ଅପରାହ୍ନ ମନୋଜ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରିବେ। ୧୯୯୦ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ଅଫିସର ହେଉଛନ୍ତି ମନୋଜ ଆହୁଜା। ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ କ୍ୟାରିଅର ଆରମ୍ଭ କରିଥିଲେ ମନୋଜ। ସେ କେନ୍ଦ୍ର କୃଷି ସଚିବ ଦାୟିତ୍ଵରେ ରହିଥିଲେ। ୨୦୧୭ରେ କେନ୍ଦ୍ରୀୟ ଡେପୁଟେସନ୍ ରେ ଯିବା ପରେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ନୂତନ ନିର୍ଦେଶକ ଭାବେ କାମ କରୁଥିଲେ। ୨୦୨୦ରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟରେ ସେ ସିବିଏସଇ ଅଧ୍ୟକ୍ଷ ଭାବେ ଦାୟିତ୍ଵରେ ରହିଥିଲେ। ଏହାପରେ ୨୦୦୯ ମସିହାରେ ଖାଦ୍ୟ ଯୋଗାଣ ସଚିବ , ୨୦୧୦ ଖଣି ଇସ୍ପାତ୍ ବିଭାଗ ସଚିବ ହୋଇଥିଲେ। ୨୦୧୨ରେ କ୍ରୀଡା ସଚିବ ବ୍ୟାପାର ଏବଂ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ବାଣିଜ୍ୟ କର କମିଶନର ଥିଲେ। ୨୦୧୫ ରେ ସମବାୟ ବିଭାଗର ସଚିବ ଦାୟିତ୍ଵ ଗ୍ରହଣ କରିଥିଲେ। ସେପଟେ କାର୍ଯ୍ୟକାଳ ସରିବା ପୂର୍ବରୁ ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ଜେନା। ସେ କହିଛନ୍ତି ମୁଁ ମୋ ଜୀବନର ଏକ ନୂତନ ସୋପାନରେ ପାଦ ଦେବାକୁ ଯାଉଛି। ତେଣୁ ନାଗରିକ ହିସାବରେ ସମସ୍ତଙ୍କଠାରୁ  ଆର୍ଶିବାଦ ଲୋଡୁଛି। ଆହୁରି ମଧ୍ୟ ସେ କହିଛନ୍ତି ସରକାର ବାହାରେ ରହି ସମସ୍ୟା ଦୂର କରିବାକୁ ଚେଷ୍ଟା କରିବି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories