www.samajalive.in
Tuesday, December 9, 2025
17.1 C
Bhubaneswar

ଏନଡିଆରଏଫ ଥିଲେ ବିପର୍ଯ୍ୟୟରେ ଫସି ଥିବା ଲୋକଙ୍କ ମନୋବଳ ବୃଦ୍ଧି ପାଏ – ଅମିତ ଶାହା

ଡେସ୍କ: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନାରେ ଦେଶ ସ୍ରେଷ୍ଟ କାର୍ଯ୍ୟ ପ୍ରଣାଳୀ ଗ୍ରହଣ କରୁଛି। ସେ କହିଛନ୍ତି, ଦେଶରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ମୁତୟନ କରାଯାଇଛି। କୌଣସି ପ୍ରକାର ବିପର୍ଯ୍ୟୟରେ ଯେପରି କୌଣସି କ୍ଷୟକ୍ଷତି ନହୁଏ ସେଥିପାଇଁ ଏନଡିଆରଏଫ ସର୍ବଦା ଲକ୍ଷ୍ୟ ରଖିବା ଉଚିତ ବୋଲି ସେ କହିଛନ୍ତି।

ପର୍ବତାରୋହଣ ମିଶନ ବିଜୟର ପତାକା ଉତ୍ତୋଳନ ସମାରୋହରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଯେ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଯେଉଁଠି ବି ବିପର୍ଯ୍ୟୟ ଆସିଥାଏ, ସେଠାରେ ଦେଶ ଓ ବିଶ୍ୱର ଲୋକମାନେ ଏନଡିଆରଏଫ ଆଡକୁ ଚାହିଁଥାନ୍ତି। ପରିସ୍ଥିତି ଯେତେ ପ୍ରତିକୂଳ ହେଉ ନା କାହିଁକି ଏନଡିଆରଏଫ ଏହା ଜାରି ରଖିବ ବୋଲି ସେ କହିଛନ୍ତି। ଯଦି ଏନଡିଆରଏଫର ଯବାନ ମାନେ ସେଠାରେ ଥାଆନ୍ତି ତେବେ ବିପର୍ଯ୍ୟୟରେ ଫସି ରହିଥିବା ଲୋକଙ୍କ ମନୋବଳ ବହୁଗୁଣିତ ହୋଇଯାଏ । ଗୃହମନ୍ତ୍ରୀ କହିଛନ୍ତି ଯେ ଏନଡିଆରଏଫର ଆଧୁନିକୀକରଣ ପାଇଁ ନରେନ୍ଦ୍ର ମୋଦି ସରକାର କୌଣସି ସୁଯୋଗ ଛାଡି ନାହାନ୍ତି। ଏହି ଅବସରରେ ଶ୍ରୀ ଶାହା ଘୋଷଣା କରିଛନ୍ତି ଯେ ସରକାର ଏନଡିଆରଏଫ ଯବାନଙ୍କ ପାଇଁ ‘ହାଜର୍ଡ ଆଣ୍ଡ ହାର୍ଡ ଏରିଆ ଭତ୍ତା’କୁ ଅନୁମୋଦନ କରିଛନ୍ତି।

ଜୁଲାଇ ପହିଲାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି

- Advertisement -

ପର୍ବତାରୋହଣ ଅଭିଯାନର ସଫଳତା ପାଇଁ ଟିମ୍ ଏବଂ ସମଗ୍ର ଏନଡିଆରଏଫ ଟିମକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଏବଂ ଏନଡିଆରଏଫ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଜୀବନୀ ଉପରେ ଆଧାରିତ ୩ଟି ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories