www.samajalive.in
Tuesday, December 9, 2025
16.1 C
Bhubaneswar

ରାଜସ୍ବ ବିଭାଗ ନେବ ପଦକ୍ଷେପ, ସବୁ ସରକାରୀ ବିଦ୍ୟାଳୟକୁ ମିଳିବ ଜମି ପଟ୍ଟା

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା  ମାରୱାଡ଼ି ଧର୍ମଶାଳାରେ ଆୟୋଜିତ  ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ  ଯେ ଡିସେମ୍ବର ୨୦୨୪ ସୁଦ୍ଧା ସମସ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକର ନିଜସ୍ଵ ଜମି ରହିବା ଆବଶ୍ୟକ। ଏଥିପାଇଁ ରାଜସ୍ବ ବିଭାଗ ତୁରନ୍ତ ପଦକ୍ଷେପ ନେବ ।

ଏହି ସମ୍ବର୍ଦ୍ଧନା ସଭାରେ   ଅତାବିରା ବିଧାୟକ ନିହାର  ରଞ୍ଜନ ମହାନନ୍ଦ, ସୁରେଶ୍ଵର ଶତପଥୀ ଏବଂ ମନ୍ତ୍ରୀ ଶ୍ରୀ ପୂଜାରୀ  ମଞ୍ଚାସିନ ରହିଥିଲେ। ଚିତ୍ତରଞ୍ଜନ ଭୋଇ  ମଞ୍ଚ ପରିଚାଳନା କରିଥିଲେ। ଅଞ୍ଚଳର  ବଣିକ ସଂଘ, ବ୍ରାହ୍ମଣ ସମାଜ,ବିଜେପି ଯୁବ ମୋର୍ଚ୍ଚା,ବଜରଙ୍ଗ ଦଳ ,ମାରୱାଡ଼ି ସମାଜ,ମାରୱାଡ଼ି ସମ୍ମେଳନ, ଯୁବା ମଞ୍ଚ, ଆନ୍ଧ୍ର ସମାଜ,କାବା ସଂଘ, କୁଲିତା ସମାଜ, ଓକିଲ ସଂଘ, ଅବସର ସୈନିକ ସଂଘ, ପୁଷ୍ପାବତି ସେଠ୍ ମହିଳା ମୋର୍ଚ୍ଚା, କୃଷକ ସଂଗଠନ, ଭେଡେନ ଓ ଅତାବିରା ବିଜେପି କର୍ମୀ ଓ ବିଭିନ୍ନ ମଣ୍ଡଳ, କୈବର୍ତ୍ତ ସମାଜ, ହୀରାକୁଦ ବିସ୍ଥାପିତ ସଂଘ ତଥା ଅନ୍ୟାନ୍ୟ ସଂଘ ସାମିଲ ହୋଇ ମନ୍ତ୍ରୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ରାଜସ୍ବ ମନ୍ତ୍ରୀ ନିଜ ବକ୍ତବ୍ୟରେ  ଅଞ୍ଚଳ ବାସୀଙ୍କୁ ତାଙ୍କୁ  ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ । ପୂର୍ବରୁ ସେ ସାଂସଦ ଭାବରେ ନିର୍ବାଚିତ  ହୋଇଥିଲେ ମଧ୍ୟ ଅନ୍ୟ ଦଳୀୟ ସରକାର ଶାସନ କ୍ଷମତାରେ ଥିବାରୁ ସେ  ଆବଶ୍ୟକ ସେବା ଯୋଗାଇ ପାରି ନଥିଲେ। ତେଣୁ ଦୁଃଖ ପ୍ରକାଶ କରିଥିଲେ। ଚଳିତ ନିର୍ବାଚନରେ ପୁଣି ତାଙ୍କ ପ୍ରତି ଆସ୍ଥା ରଖି ସାଧାରଣ ଜନତା ତାଙ୍କୁ  ପୁଣି ଥରେ ସୁଯୋଗ ପ୍ରଦାନ କରିଛନ୍ତି। ତେଣୁ ତାଙ୍କ ଅଧିନରେ ଯେଉଁ ବିଭାଗ ରହିଛି, ସେହି କ୍ଷମତା ଭିତରେ ସେ  ବରଗଡ଼ ତଥା ସମ୍ବଲପୁର   ଜିଲାକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ  ଉଭୟ ଜିଲାର ବିକାଶ କରିବେ ବୋଲି ଦୃଢ ସଂକଳ୍ପ କରିଥିଲେ। ଏହା ବ୍ୟତୀତ ଅତାବିରାରେ ଡିସେମ୍ବର ୨୦୨୪ ସୁଦ୍ଧା ଯେଉଁ ସରକାରୀ ବିଦ୍ୟାଳୟ ଗୁଡ଼ିକର ନିଜସ୍ଵ ଜମି ନାହିଁ ସେ ସମସ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକୁ  ଜମି ପ୍ରଦାନ ପାଇଁ ବନ୍ଦୋବସ୍ତ କରାଯିବ ବୋଲି କହିଥିଲେ।
ତହସିଲଦାରମାନେ ଅଫିସରେ ନ ବସି ବିଦ୍ୟାଳୟଗୁଡ଼ିକୁ ଯାଇ ସମସ୍ତ  ତଥ୍ୟ ତଦାରଖ କରିବେ,  ଶିକ୍ଷକ ମାନଙ୍କୁ ଆଉ ରାଜସ୍ବ ବିଭାଗକୁ  ଏଥିପାଇଁ  ଆସିବାକୁ ପଡ଼ିବ ନାହିଁ । ଅଞ୍ଚଳରେ ଥିବା ଜମି ବନ୍ଦୋବସ୍ତ ସମସ୍ୟା  ବହୁ ଦିନ ଧରି ରହିଆସିଛି, ତାହାର ତୁରନ୍ତ ସମାଧାନ ପାଇଁ ଜିଲାପାଳଙ୍କୁ ଅବଗତ କରିବା ସହ ହୀରାକୁଦ ବିସ୍ଥାପିତମାନଙ୍କ ପାଇଁ ତୁରନ୍ତ ବିହିଟ ବ୍ୟବସ୍ଥା ଅବଲମ୍ବନ କରିବା ପାଇଁ  ସ୍ବତନ୍ତ୍ର ଦୃଷ୍ଟି ଦେବେ  ବୋଲି କହିଥିଲେ। ପ୍ରତି ସପ୍ତାହରେ ଶନିବାର ଓ ରବିବାର ଦିନ ବରଗଡ଼ ,ସମ୍ବଲପୁର ଓ ଝାରସୁଗୁଡ଼ା ର ବିଭିନ୍ନ ସମସ୍ୟାର ଅଭିଯୋଗ ଶୁଣିବେ। ଶେଷରେ ଅତାବିରା ତହସିଲଦାର   ବ୍ରଜବନ୍ଧୁ ସାହୁ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକ  ଫୁଲତୋଡ଼ା ଦେଇ ମନ୍ତ୍ରୀଙ୍କୁ  ସାକ୍ଷାତ୍ କରିଥିଲେ।
 ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ନାଏକ, ମିଳନ ସେଠ୍, ରଞ୍ଜନ ସେଠ୍, ସୁରେନ୍ ସ୍ୱାଇଁ, କୌଶିକ ମହାକୁର , ପ୍ରହଲ୍ଲାଦ ଉର୍ମା , ଅଶ୍ଵିନୀ ମେହେର ତଥା ଶତାଧିକ କର୍ମୀ ସାମିଲ ହୋଇଥିଲେ । ଶେଷରେ ଅର୍ଚ୍ଚନା ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories