www.samajalive.in
Monday, December 8, 2025
17.1 C
Bhubaneswar

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା: ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପରେ ଆଜି ଟାଇଟଲ ଲଢେଇ । ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ ପ୍ରଥମ ସଂସ୍କରଣ  ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢେଇ କରିବ। ତୃତୀୟଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ଭାରତ ୧୭ବର୍ଷ ପରେ ଟ୍ରଫି ଜିତିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଆଇସିସି ବିଶ୍ଵକପ୍ ପ୍ରତିଯୋଗିତାରେ ପ୍ରଥମଥା ପାଇଁ ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଅଫ୍ରିକା ଟ୍ରଫି ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି। ୨୦୦୭ ଟି-୨୦ ବିଶ୍ଵକପ୍ ବିଜେତା  ଭାରତୀୟ ଦଳର  ସଦସ୍ୟ ରହିଥିବା ରୋହିତ୍ ଶର୍ମା ଦ୍ଵିତୀୟଥର ପାଇଁ ଟ୍ରଫି ଧରିବାର ଲକ୍ଷ୍ୟ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂ ଏବଂ  ଭାରତ ସ୍ପିନ୍ ବିଭାଗରେ ବେଶ୍ ଶକ୍ତିଶାଳୀ। ସେପଟେ  ବାରବାଡୋସରେ ହେବାକୁ ଥିବା ମ୍ୟାଚ୍‌ ରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି। ଆଜି ବର୍ଷା ହେଲେ ରବିବାର ୩୦ ତାରିଖକୁ ରିଜର୍ଭ ଦିବସ ଭାବେ ରଖାଯାଇଛି। ଯଦି ବର୍ଷା କିମ୍ବା ଅନ୍ୟାନ୍ୟ କାରଣରୁ  ଫାଇନାଲ ମ୍ୟାଚ୍ ବିଳମ୍ବ ହୁଏ , ତେବେ ସେହିଦିନ ମ୍ୟାଚ୍ ଶେଷ କରିବା ପାଇଁ ଅତିରିକ୍ତ ୧୯୦ ମିନିଟ୍ ସମୟ ବ୍ୟବହାର କରାଯିବ। ଉଭୟ ଦଳ ଅତିକମ୍ ରେ  ୧୦-୧୦ ଓଭର ଖେଳିଲେ ହିଁ ମ୍ୟାଚର ଫଳାଫଳ ବାହାରିବ। ଯଦି କୌଣସି ଦଳ  ୧୦ ଓଭର ଖେଳିପାରିବେ ନାହିଁ , ତେବେ ମ୍ୟାଚ୍‌କୁ ରିଜର୍ଭ ଦିବସକୁ ସ୍ଥାନାନ୍ତରିତ କରାଯିବା ନେଇ ସୂଚନା ରହିଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories