www.samajalive.in
Sunday, December 7, 2025
14.1 C
Bhubaneswar

ଅପପୃଷ୍ଟିର କବଜାରେ ଜଳଭଣ୍ଡାରର ଜନବସତି

ଭବାନୀପାଟଣା : ପ୍ରାୟ ୧୧୦ ବର୍ଗ କିମିର ଇନ୍ଦ୍ରାବତୀ ଜଳଭଣ୍ଡାର। ତାରି ଭିତରେ ରହିଛି କଳାହାଣ୍ଡିର ୧୭ ରୁ ଅଧିକ ଗାଁ। ଏକଦା ଜିଲ୍ଲା ସ୍ଵାସ୍ଥ୍ୟ ସମିତି ବା ଜେଡଏସଏସର ଟିମ୍ ନିୟମିତ ଭାବେ ଏସବୁ ଅଞ୍ଚଳ ଗସ୍ତ କରୁଥିଲେ। ହେଲେ ବହୁ ବର୍ଷ ଧରି ଜେଡଏସଏସ ଟିମ୍ ବନ୍ଦ ହେଇଗଲାଣି। ଫଳରେ ଜଳଭଣ୍ଡାର ଭିତରର ଗାଁ ଗୁଡିକର ଅଧିବାସୀ ଆବଶ୍ୟକ ଅନୁପାତରେ ସ୍ବାସ୍ଥ୍ୟ ସେବା ପାଇ ପାରୁନାହାନ୍ତି। ସଂପ୍ରତି ଏହି ଅଞ୍ଚଳରେ ଡିପଥେରିଆ ସଂକ୍ରମଣ ହେବାପରେ ଏବେ ସ୍ବାସ୍ଥ୍ୟ ବିଭାଗର ଚେତା ପଶିଛି। ଏବେ ଥଣ୍ଡା କାଶ ଜ୍ଵରରେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ କର୍ମୀଙ୍କ ଟିମ୍ ବହୁ ଶ୍ରମ ସ୍ବୀକାର କରି ଏସବୁ ଅଞ୍ଚଳ ଗସ୍ତ କରୁଛନ୍ତି।
ରାୟଗଡ଼ା ଜିଲ୍ଲା ମୁନୂଷପଦର ଗାଁରେ ଡିପଥେରିଆ ସଂକ୍ରମଣ ହେବା ପରେ ତତ୍ ସଂଲଗ୍ନ କଳାହାଣ୍ଡିର ଗାଁ ଗୁଡିକରେ ସ୍ବାସ୍ଥ୍ୟ କର୍ମୀ ରୋଗୀ ଚିହ୍ନଟ କରିବା ଆରମ୍ଭ କଲେ। ସରାଫାସ ଗାଁର ୪ ଜଣ ଏବଂ ଭୁର୍ଭୂରି ଟେମରା ଗାଁର ଜଣେ ଶିଶୁକୁ ସନ୍ଦେହରେ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ସେଥି ମଧ୍ୟରୁ ସରାଫାସ ଗାଁର ଜଣେ ଶିଶୁ ଡିପଥେରିଆରେ ଆକ୍ରାନ୍ତ ହେଇଥିବା ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହେଇଛି।

ସୂଚନା ଅନୁଯାୟୀ ସରାଫାସ ଗାଁରେ ୪୬ଟି ପରିବାର ରହୁଥିବା ବେଳେ ଗାଁର ଜନସଂଖ୍ୟା ୧୯୩। ସେଥିମଧ୍ୟରୁ ୯୨ ଜଣ ପୁରୁଷ, ୧୦୧ ଜଣ ମହିଳା ଏବଂ ୨୫ ଜଣ ଶିଶୁ ଥିବା ଜଣା ପଡ଼ିଛି। ସେହିଭଳି ଭୂର୍ଭୁରି ଟେମରା ଗାଁରେ ୧୭୧ ଜନସଂଖ୍ୟା ମଧ୍ୟରୁ ୩୩ ଜଣ ଶିଶୁ ଥିବା ଜଣା ପଡିଛି। ଘୁଟ୍ରୁଖାଲରେ ୨୩ ଜଣ ଶିଶୁ, ଝିରି ଗାଁରେ ୮ ଜଣ, ତେନ୍ତୁଳିପଦରରେ ୨୧ ଜଣ, ତଳ ଟେମରାରେ ୨୬ ଜଣ ଏବଂ ଢେପ ଟେମାରାରେ ୧୬ ଜଣ ଶିଶୁ ଥିବା ସୂଚନା ମିଳିଛି।
ତେବେ ଏହି ଶିଶୁଙ୍କ ମଧ୍ୟରୁ ଅଧିକାଂଶ ଅପପୃଷ୍ଟିର ଶିକାର ହେଇଥିବା ଜଣା ପଡ଼ିଛି। ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳର ଲୋକଙ୍କ ପାଇଁ ସରକାରୀ ଯୋଜନା ଭଳି ଶିଶୁ, କିଶୋରୀ ଯୋଜନାର ଖାଦ୍ୟ ମଧ୍ୟ ଅପହଞ୍ଚ। ଏ ଅଞ୍ଚଳ ବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତ ସପନ। ଏଣୁ ଝରଣା ଜଳ ଅବା ନାଳରେ ଚୁଆ ଖୋଲି ପାନୀୟଜଳ ସଂଗ୍ରହ କରନ୍ତି। ସକାଳୁ ଉଠିଲେ ଡଙ୍ଗା ଖଣ୍ଡିଏ ଧରିଲେ ହିଁ ଘରୁ ବାହାରକୁ ଯାଇ ହୁଏ। ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ହିଁ ଅନେକଙ୍କ ପାଇଁ ପ୍ରଥମ ଓ ଶେଷ ଠିକଣା। କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ବ୍ଲକ୍ ମହକୁମାକୁ ଆସିବାକୁ ଅସୁରକ୍ଷିତ ଦୀର୍ଘ ଡଙ୍ଗା ଯାତ୍ରା ସହିତ ସଡ଼କ ପଥରେ ପ୍ରାୟ ୪୦ କିମି ଯାତ୍ରା କରିବାକୁ ପଡେ। ଏଣୁ ଲୋକେ ଖାତିଗୁଡ଼ା ଉପରେ ନିର୍ଭରଶୀଳ। ଜଳଭଣ୍ଡାର ଆଖପାଖରେ ଥିବା ବ୍ରାହ୍ମଣୀଚଞ୍ଚରା ଭଳି ଅଞ୍ଚଳ ଲୋକେ ଡଙ୍ଗାରେ ଜଳଭଣ୍ଡାର ଡେଇଁ ମହୁଲ ପାଟଣା ବଜାର କିମ୍ବା ମୁଖିଗୁଡା, ଜୟପାଟଣା ଆସନ୍ତି। ଏବେ ଡିପଥେରିଆ ସଂକ୍ରମଣ ପ୍ରଶାସନକୁ ଏ ଅଞ୍ଚଳକୁ ଟାଣି ଆଣିଲା। ହେଲେ ପୋଡ଼ାପଦର ପଂଚାୟତ ସମେତ ଅନ୍ୟ ଜଳବନ୍ଦୀ ଗାଁ ଗୁଡିକରେ ସରକାରୀ ଯୋଜନା ଗୁଡିକ ଲୋକଙ୍କ ଦୁଆର ମୁହଁରୁ ଆଜି ଯୋଜନା ଦୂରରେ ରହି ଯାଇଛି, ଏହା ହିଁ ବିଡମ୍ବନାର ବିଷୟ ବୋଲି କହିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories