www.samajalive.in
Wednesday, December 10, 2025
26.1 C
Bhubaneswar

କ୍ଲଷ୍ଟରସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ସୁନ୍ଦରପୁର ଦୋହରାପାଟଣା ଉପ୍ରା ବିଦ୍ୟାଳୟରେ ମଠଡିହ ଓ ପହଣା କ୍ଲଷ୍ଟରର ସିଆରସିସି ଦିଲ୍ଲୀପ ଶେଖର ନାୟକଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉଭୟ କ୍ଲଷ୍ଟର ଅଧୀନରେ ଥିବା ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରଶିକ୍ଷଣର ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ଜାତୀୟ ଶିକ୍ଷାନୀତି ଅନୁଯାୟୀ ବିଭିନ୍ନ ପରୀକ୍ଷା, ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ କାର୍ଯ୍ୟାବଳୀ, ନୂତନ ଓ ସୃଜନଶୀଳ ଶିକ୍ଷଣ ପ୍ରଣାଳୀ, ମୋ ସ୍କୁଲ ଅଭିଯାନ ଆଦି ବିଷୟରେ ସିଆରସିସି ଶ୍ରୀ ନାୟକ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆରଡି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡା.ତୁଙ୍ଗତୃଷ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ବାବଦରେ ବହୁ ଉପାଦେୟ  ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ଦାସ, ଆଖଣ୍ଡଳମଣି ନୋଡାଲ ଉଚ୍ଚ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ ସ୍ଵାଇଁ, ମଙ୍ଗୁଳି ଚରଣ ସେଠୀ, ଶ୍ରୀଧର ବାରିକ, ଜଗନ୍ନାଥ ପାତ୍ର, ପୀତବାସ ନାୟକ ପ୍ରମୁଖ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ମାନ ବାବଦରେ ଆଲୋଚନା କରିଥିଲେ । ଶିକ୍ଷା, ଶିକ୍ଷକ, ଶିକ୍ଷାନୁଷ୍ଠାନ ପରସ୍ପର ପରିପୂରକ । ଛାତ୍ରଛାତ୍ରୀ ଏହାର କେନ୍ଦ୍ରବିନ୍ଦୁ। ଏହାକୁ ପାଥେୟ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିକ୍ଷାଦାନ କଲେ ଶିକ୍ଷାର ମୂଲ୍ୟବୋଧ ଯଥେଷ୍ଟ ଅଭିବୃଦ୍ଧି ହେବ ବୋଲି ଏହି ପ୍ରଧାନ ଶିକ୍ଷକ ମାନେ ମତ ପ୍ରକାଶ କରିଥିଲେ।
ସହକାରୀ ଶିକ୍ଷକ ରଞ୍ଜିବ କୁମାର ରାଉତ, ସୁବୋଧ ଶେଖର ଖୁଣ୍ଟିଆ, ଶମ୍ଭୁନାଥ ମୁର୍ମୁ, ଭାରତୀ ସିଂ, କନକ ପ୍ରଭା ଜେନା, ଜମିଳା ସାହୁ ପ୍ରମୁଖ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ପ୍ରକାଶ କରିଥିଲେ । ଚଳିତ ବର୍ଷ ଦମଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ୫ ଜଣ ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଶିକ୍ଷକ ଗଗନବିହାରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories