www.samajalive.in
Saturday, December 6, 2025
26.1 C
Bhubaneswar

ସଂଶୋଧନ ହେବ ସିଜିଏସ୍‌ଟି ଆଇନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଶନିବାର ୫୩ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଟିକସ ହାରରେ ପରିବର୍ତ୍ତନ, ବାଣିଜ୍ୟ ସୁବିଧା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ମୋଟ ୧୨ଟି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସିଜିଏସ୍‌ଟି ଆଇନର ଧାରା-୭୩ ଅଧୀନରେ ଜାରି ଡିମାଣ୍ଡ ନୋଟିସ ପାଇଁ ସୁଧ ଓ ଜୋରିମାନା ଛାଡ଼ ପାଇଁ ସୁପାରିସ କରାଯାଇଛି। ମାମଲା ବୋଝ ହ୍ରାସ ପାଇଁ ଅପିଲ ଦାଖଲ କ୍ଷେତ୍ରରେ ଜିଏସ୍‌ଟି ଅପିଲ ଟ୍ରାଇବୁନାଲ ୨୦ଲକ୍ଷ ଟଙ୍କା, ହାଇକୋର୍ଟ ୧କୋଟି ଓ ସୁପ୍ରିମକୋର୍ଟ ଲାଗି ୨କୋଟି ଟଙ୍କା ଆର୍ଥିକ ସୀମା ସୁପାରିସ କରାଯାଇଛି। ଅପିଲ ଦାଖଲ ପାଇଁ ଥିବା ପ୍ରାକ୍‌ ଜମା ପରିମାଣ ହ୍ରାସ ପାଇଁ ମଧ୍ୟ ସୁପାରିସ ହୋଇଛି। ସିଜିଏସ୍‌ଟି ଆଇନରେ ସଂଶୋଧନ ପାଇଁ ସୁପାରିସ ସହ ଜିଏସ୍‌ଟି ଆପିଲେଟ ଟ୍ରାଇବୁନାଲରେ ଆବେଦନ ପାଇଁ ତିନି ମାସର ଅବଧି ଧାର୍ଯ୍ୟ ହୋଇଛି। କ୍ଷୁଦ୍ର କରଦାତାଙ୍କ ପାଇଁ ପରିଷଦ ଏପ୍ରିଲ ୩୦ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ସବିଶେଷ ତଥ୍ୟ ଏବଂ ଜିଏସଟିଆର ୪ ଫର୍ମରେ ଫେରସ୍ତ ପାଇଁ ସମୟ ସୀମା ବୃଦ୍ଧି କରିବାକୁ ସୁପାରିସ କରିଛି। ଭାରତୀୟ ରେଳପଥ ଦ୍ୱାରା ପ୍ରଦତ୍ତ ସେବା ଉପରେ ଟିକସ ଛାଡ଼ ଏବଂ ନକଲି ଇନଭଏସ୍ ଯାଞ୍ଚ ପାଇଁ ବାୟୋମେଟ୍ରିକ୍ ଆଧାରିତ ପ୍ରାମାଣିକୀକରଣ ସମ୍ବନ୍ଧରେ କେତେକ ସୁପାରିସ କରାଯାଇଛି। ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନରେ ଆଣିବା ଓ ଜିଏସଟି ହାର ସ୍ଥିର କରିବାକୁ ରାଜ୍ୟମାନଙ୍କ ଉପରେ ଛାଡ଼ି ଦିଆଯାଇଛି। ସୋଲାର କୁକର ଓ ସିଞ୍ଚନ ଯନ୍ତ୍ର ଉପରେ ଏକକ ୧୨% ଜିଏସଟି ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। ରେଳ ପ୍ଲାଟଫର୍ମ ଟିକଟ୍, ଅପେକ୍ଷା କକ୍ଷ, କ୍ଲକରୁମ୍, ବ୍ୟାଟେରୀ ଚାଳିତ କାର ସେବା ଇତ୍ୟାଦି ଜିଏସଟି ମୁକ୍ତ କରାଯାଇଛି। ସମସ୍ତ ଦୁଗ୍ଧ ପାତ୍ର (କେନ୍‌) ଉପରେ ୧୨% ଜିଏସ୍‌ଟି ଲାଗୁ ପାଇଁ ସୁପାରିସ ହୋଇଛି। ଶିକ୍ଷାନୁଷ୍ଠାନ ବାହାରେ ଅବସ୍ଥିତ ଛାତ୍ରାବାସଗୁଡିକୁ ଜିଏସଟି ମୁକ୍ତ କରାଯାଇଛି। ଛାତ୍ର ଓ ବୃତ୍ତିଧାରୀଙ୍କ ପାଇଁ ମାସିକ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଆବାସ ସେବା ଛାଡ଼ କରିବାକୁ ପରାମର୍ଶ ଦିଆଯାଇଛି। ଟିକସଦାତାଙ୍କଠାରୁ ରିଟର୍ଣ୍ଣ ଦାଖଲବେଳେ ସିଜିଏସ୍‌ଟି ଆଇନର ଧାରା-୫୦ ଅନୁସାରେ ସୁଧ ଆଦାୟ ନକରିବାକୁ ନିଷ୍ପତ୍ତି ହୋଇଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories