www.samajalive.in
Saturday, December 6, 2025
16.1 C
Bhubaneswar

ମନୋହରଙ୍କୁ ପଞ୍ଜାବୀଙ୍କ ମୁଖ୍ୟମନ୍ତ୍ରୀ କହି ୭୦ ଆପ୍‍ କାର୍ଯ୍ୟକର୍ତ୍ତା ଗିରଫ

ନୂଆଦିଲ୍ଲୀ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ପଞ୍ଜାବୀଙ୍କ ମୁଖ୍ୟମନ୍ତ୍ରୀ କହିବାରୁ ହରିୟାଣା ପୁଲିସ୍‍ ୭୦ ଜଣ ଆମ ଆଦମୀ ପାର୍ଟି (ଆପ୍‍) କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି ବୋଲି ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲ ଅଭିଯୋଗ କରିଛନ୍ତି। କେଜରିୱାଲଙ୍କ କହିବା ଅନୁସାରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ମନୋହର ଲାଲ ଖଟ୍ଟରଙ୍କୁ ପଞ୍ଜାବୀଙ୍କ ମୁଖ୍ୟମନ୍ତ୍ରୀ ଦର୍ଶାଯାଇଥିଲା। ଏଥିରେ ହରିୟାଣା ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବକ ଶୁକ୍ରବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରି ୭୦ ଜଣ ଆପ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି। ଆପର ବରିଷ୍ଠ ନେତା ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରି କହିଛନ୍ତି ଯେ ପ୍ରଥମେ ହୁଡ଼ା ପରେ ଚୌଟାଲା ‘ଜାଟ ଜାଟ’ ହେଉଥିଲେ। ଫଳରେ ଲୋକେ ସେମାନଙ୍କୁ ହଟାଇ ବିଜେପିକୁ ସୁଯୋଗ ଦେଇଛନ୍ତି। ଏବେ ବିଜେପି ରାଜ୍ୟକୁ ନଷ୍ଟ କରିବାରେ ଲାଗିଛି। ବିଜେପି ପକ୍ଷରୁ ନଗର ନିଗମ ନିର୍ବାଚନରେ ଖବରକାଗଜମାନଙ୍କରେ ପ୍ରକାଶ ପାଇଥିବା ବିଜ୍ଞାପନରେ ୫୨ ବର୍ଷ ପରେ ହରିୟାଣାକୁ ପ୍ରଥମ ପଞ୍ଜାବୀ ମୁଖ୍ୟମନ୍ତ୍ରୀ ମିଳିଛି ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଖବରକାଗଜ ବିଜ୍ଞାପନକୁ ଆପ କାର୍ଯ୍ୟକର୍ତ୍ତା ଫେସ୍‍ବୁକ୍‍ରେ ପୋଷ୍ଟ କରିଥିଲେ। ସେହି ପୋଷ୍ଟକୁ ଆଧାର କରି ସେମାନଙ୍କୁ ଗିରଫ କରାଯାଇଛି। ହରିୟାଣା ଆପର କାର୍ଯ୍ୟକର୍ତ୍ତା ଶନିବାର ପୁଲିସ୍‍ର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଥାନା ସମ୍ମୁଖ ସମେତ ବିଭିନ୍ନ ସ୍ଥାନରେ ଧାରଣାରେ ବସିଥିଲେ। ଗିରଫ ଆପ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଆଇପିସି ଧାରା ୧୫୩, ୧୫୩ (ଏ) ଏବଂ ଆଇଟି ଆକ୍ଟ ଧାରା ୬୬ରେ ମାମଲା ରୁଜୁ କରାଯାଇଛି ବୋଲି ଆପର ଜଣେ ନେତା ଦାବି କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories