www.samajalive.in
Saturday, December 6, 2025
26.1 C
Bhubaneswar

ଜଣେ ଶିଶୁ ଡିପଥେରିଆ ଆକ୍ରାନ୍ତ: ସ୍ପଷ୍ଟ କଲା ସ୍ବାସ୍ଥ୍ୟ ବିଭାଗ

ଭବାନୀପାଟଣା : ଥୁଆମୂଲ୍ ରାମପୁର ବ୍ଲକ୍ ଅନ୍ତର୍ଗତ ସରାଫାସ ଗାଁର ରବି ମାଝିଙ୍କ ପୁଅ ଅଜୟ ମାଝି (୨) ଡିପଥେରିଆ ରୋଗରେ ଆକ୍ରାନ୍ତ ଥିବା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ତେବେ ୪୮ ଘଣ୍ଟା ରୁ ଅଧିକ ସମୟ ଧରି ତାର ଚିକିତ୍ସା ଚାଲିଥିବାରୁ ସେ ବିପଦ ମୁକ୍ତ ଥିବା କଳାହାଣ୍ଡି ଏଡିଏମଓ ଡଃ ରଞ୍ଜନ ମିତ୍ର “ସମାଜ” କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଡିପଥେରିଆ ସନ୍ଦେହ ରେ ଗତ ୧୮ ତାରିଖ ରାତିରେ ସରାଫାସ ଗାଁର ୪ ଜଣ ଶିଶୁ ଏବଂ ଭୂର୍ଭୂରି ଟେମରା ଗାଁର ଜଣେ ଶିଶୁକୁ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ଏକ ସ୍ବତନ୍ତ୍ର ସଂକ୍ରମଣ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ସମସ୍ତଙ୍କ ସ୍ଵାବ ପରୀକ୍ଷା ପରେ ଡିପଥେରିଆରେ ଜଣେ ଆକ୍ରାନ୍ତ ହେଇଥିବା ଚିହ୍ନଟ ବେଳେ ଅନ୍ୟମାନେ ଆକ୍ରାନ୍ତ ନଥିବା ଡଃ ମିତ୍ର ସୂଚନା ଦେଇଛନ୍ତି। ତେବେ ଆକ୍ରାନ୍ତ ଶିଶୁକୁ ଆହୁରି ଦୁଇ ଦିନ ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି।

ଦୈନିକ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

- Advertisement -

ତେବେ ଜିଲ୍ଲାରେ ଡିପଥେରିଆରେ ଜଣେ ଆକ୍ରାନ୍ତ ହେଇଥିବା ସ୍ପଷ୍ଟ ହେଇଥିବାରୁ ସ୍ବାସ୍ଥ୍ୟ ବିଭାଗ ତତ୍ପର ହେଇଛି। ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ରାକେଶ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସଂକ୍ରମଣ ନିରୋଧ ଅଧିକାରୀ ନିହାର ଠାକୁର, ଜିଲ୍ଲା ଟିକାକରଣ ଅଧିକାରୀ ଲୋକନାଥ ବେହେରା, ଏସଆରଏମ ଭେଷଜ ମହାବିଦ୍ୟାଳୟର ଦୁଇ ଅଧ୍ୟାପକ ଡଃ ସୁମନ୍ତ କୁମାର ସାହୁ ଏବଂ ଡଃ ସାରଦା ପ୍ରସନ୍ନ ସ୍ୱାଇଁ ପ୍ରମୁଖ ଆଜି ଥୁଆମୂଲ୍ ରାମପୁର ବ୍ଲକ୍ ମହକୁମା ଯାଇଛନ୍ତି। ସେଠାରେ ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିବେ। ପାଗ ଠିକ୍ ରହିଲେ ଆସନ୍ତାକାଲି ସ୍ବାସ୍ଥ୍ୟ କର୍ମୀଙ୍କ ତିନିଟି ଟିମ୍ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳ ଭିତରେ ଥିବା ସରାଫାସ, ଭୂର୍ଭୂରୀ ଟେମରା ପ୍ରଭୃତି ଗାଁରେ ସାମୁହିକ ଟୀକା କରଣ କରିବେ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ମୁନୁସ ପଦର ଅଞ୍ଚଳରେ ଡିପଥେରିଆରେ ଅନେକ ଶିଶୁ ଆକ୍ରାନ୍ତ ହେଇଛନ୍ତି। ସେହି ଗାଁ ସଂଲଗ୍ନ କଳାହାଣ୍ଡି ସରାଫାସ ଗାଁର ଲୋକେ ସେଠାକୁ ଯିବା ଆସିବା କରି ଜ୍ଵରରେ ଆକ୍ରାନ୍ତ ହେଇ ଡିପଥେରିଆରେ ସଂକ୍ରମିତ ହେଇଥିବା ସନ୍ଦେହରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories