www.samajalive.in
Monday, December 8, 2025
24.1 C
Bhubaneswar

ଟାଟା ମୋଟର୍ସର ଗାଡି ହେବ ମହଙ୍ଗା, ୧ ଜୁଲାଇରୁ ବଢିବ ଦାମ୍

ନୂଆଦିଲ୍ଲୀ : ଗାଡି ନିର୍ମାତା କମ୍ପାନୀ ଟାଟା ମୋଟର୍ସ ନିଜ ଗ୍ରାହକଙ୍କୁ ଝଟକା ଦେଇଛି । କମ୍ପାନୀ ନିଜ ବାଣିଜ୍ୟିକ ଗାଡିର ଦାମ୍ ବଢାଇବା ପାଇଁ ଘୋଷଣା କରିଦେଇଛି । ଟାଟା ମୋଟର୍ସର ଗାଡି ପ୍ରାୟ ୨ ପ୍ରତିଶତ ମହଙ୍ଗା ହେବାକୁ ଯାଉଛି । ନୂଆ ଦାମ୍ ଜୁଲାଇରୁ ଲାଗୁ ହେବ । ଟାଟା ମୋଟର୍ସ ବୁଧବାର କହିଛି କି କଞ୍ଚାମାଲ ଦାମ୍ ବଢିବା ଯୋଗୁଁ ଗାଡି ଦାମ୍ ବଢାଇବାକୁ ପଡୁଛି । କମ୍ପାନୀ ସୂଚନା ଅନୁସାରେ ସମସ୍ତ ଭେରିଏଣ୍ଟରେ ଏହି ବୃଦ୍ଧି ଭିନ୍ନ ଭିନ୍ନ ରହିବ ।

ଟାଟା ମୋଟର୍ସର ଷ୍ଟକ୍ ଚଳିତ ବର୍ଷ ଉତ୍ତମ ପ୍ରଦର୍ଶନ କରୁଛି । ଏଥିରେ ପ୍ରାୟ ୨୬.୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ବୁଧବାର ଦ୍ବିପ୍ରହରେ କମ୍ପାନୀର ସେୟାର ଏନଏସଇରେ ପ୍ରାୟ ୨.୪୦ ଟଙ୍କା ଖସିଥିଲା । ଟାଟା ମୋଟର୍ସର ଷ୍ଟକ୍ ୯୮୩ ଟଙ୍କା ପାଖାପାଖି ଟ୍ରେଣ୍ଡିଂ କରୁଥିଲା । ଗତ କିଛି ଦିନରେ ଏଥିରେ ଲଗାତର ବୃଦ୍ଧି ପରିଲକ୍ଷିତ ହେଉଛି ।

- Advertisement -

ଅନ୍ୟପଟେ ଟାଟା ମୋଟର୍ସର ଜାଗୁଆର୍ ଏବଂ ଲ୍ୟାଣ୍ଡରୋଭର୍ ନିଜ ଲୋକପ୍ରିୟ କାର୍ ଫ୍ରିଲେଣ୍ଡରକୁ ନୂଆ କଳେବର କରିବାକୁ ନିଷ୍ପତ୍ତି ନେଇଛି । ଏଥି ପାଇଁ ଚୀନର ଚେରି ଅଟୋମୋବାଇଲ ସହିତ ହାତ ମିଶାଇଛି କମ୍ପାନୀ । କମ୍ପାନୀ ଫ୍ରିଲେଣ୍ଡରର ଇଲେକ୍ଟ୍ରିକ୍ ଅବତାର ଆଣିବ । ଏହି ମଡେଲକୁ ପ୍ରାୟ ୧୦ ବର୍ଷ ପୂର୍ବେ ବନ୍ଦ କରିଦିଆଯାଇଥିଲା ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories