www.samajalive.in
Tuesday, December 9, 2025
16.1 C
Bhubaneswar

ଖାଦ୍ୟରୁ ବାହାରିଲା ବ୍ଲେଡ୍, ଆଉ ତାପରେ…

ନୂଆଦିଲ୍ଲୀ : ବେଙ୍ଗାଲୁରୁ ଠାରୁ ସାନ୍‌ ଫ୍ରାନସିସ୍‌କୋକୁ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ବିମାନରେ ଦିଆଯାଇଥିବା ଖାଦ୍ୟରୁ ଏକ ଧାତବ ବ୍ଲେଡ ମିଳିଥିବା ଅଭିଯୋଗ ହୋଇଛି। ସାମ୍ବାଦିକ ମାଥୁରେସ୍‌ ପଲ୍‌ ଏୟାର ଇଣ୍ଡିଆର ବିମାନ ଏଆଇ୧୭୫ରେ ଯାତ୍ରା କରୁଥିବା ସମୟରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏ ସମ୍ପର୍କରେ ସେ ବିମାନ ପରିଚାରିକାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପରିଚାରିକା କ୍ଷମା ମାଗିବା ସହିତ ତାଙ୍କୁ ଅନ୍ୟ ଖାଦ୍ୟ ଦେଇଥିଲେ। ଘଟଣା ଘଟିବା ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ତାଙ୍କ ନିକଟକୁ ପତ୍ରଲେଖି କ୍ଷତିପୂରଣ ବାବଦରେ ବିଶ୍ବର ଯେକୋୖଣସି ସ୍ଥାନକୁ ମାଗଣା ବିଜିନେସ୍‌ ଶ୍ରେଣୀରେ ଯାତ୍ରା ସୁଯୋଗ ପ୍ରଦାନ କରିବାକୁ କହିଥିଲେ। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏହି ଘଟଣାକୁ ସ୍ବୀକାର କରିବା ସହିତ ପରିବା ପ୍ରକ୍ରିୟାକରଣ ଯନ୍ତ୍ରରୁ ଉକ୍ତ ବ୍ଲେଡ ଆସିଥିବା ଜାଣିବାକୁ ପାଇଛନ୍ତି। ଏହା ପରେ ନିରାପତ୍ତା ଦିଗକୁ କଡାକଡି କରିବାକୁ ପଦକ୍ଷେପ ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories