କୋକସରା ଶିକ୍ଷା ଓ ଭିତ୍ତିଭୂମି ବିକାଶ ହେବ -ଗଣଶିକ୍ଷା ମନ୍ତ୍ରୀ
କୋକସରା ଶିକ୍ଷା ଓ ଭିତ୍ତିଭୂମି ବିକାଶ ହେବ : ଗଣଶିକ୍ଷା ମନ୍ତ୍ରୀ
ଲଡ଼ୁଗାଁ :କଳାହାଣ୍ଡି ଗସ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ ପଦ ପାଇବା ପରେ ସେ ପ୍ରଥମ ଥର ପାଇଁ କଳାହାଣ୍ଡି ଗସ୍ତ କରିଛନ୍ତି । ଇତିମଧ୍ୟରେ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କୁ କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସର୍ବ ପ୍ରଥମେ କଳାହାଣ୍ଡି ସୀମାନ୍ତ ଆମପାଣି ଠାରେପ୍ରଭୁ ବୁଢ଼ାରଜା ଙ୍କ ଦର୍ଶନ କରି ସ୍ଥାନୀୟ କର୍ମୀଙ୍କ ସହ ଆଲୋଚନା କରି ବାହାରି ଥିଲେ।
ସୂଚନାନୁସାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ସୋମବାର ଭବାନୀପାଟଣା ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ କୋକସରା ଭିଆଇପି ଲେନ ନିକଟରେ ଗର୍ଗ ପରିବାର ପକ୍ଷରୁ ଆୟୋଜିତ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆନନ୍ଦ କୁମାର ଗର୍ଗ, ରାଜେଶ ଗର୍ଗ , ସୁଶିଲ ଅଗ୍ରୱାଲ, ରୋହିତ ଅଗ୍ରୱାଲ କଳାହାଣ୍ଡିରୁ ଜାତୀୟ ସ୍ତର ଭଲିବଲ୍ ଖେଳାଳୀ ଧର୍ମାନନ୍ଦ ପଟ୍ଟନାୟକ, ପୂର୍ବତନ ମଣ୍ଡଳ ସଭାପତି ଲକ୍ଷ୍ମୀକାନ୍ତ ପ୍ରଧାନୀ , ମାନସ ରାଉତ, ଅମୂଲ୍ୟ ଦାସ ଉପସ୍ଥିତ ରହି ଅଭିନନ୍ଦନ ଓ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ପରବର୍ତ୍ତୀ ସମୟରେ କୋକସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କୋକସରା ମଣ୍ଡଳ ବିଜେପି କାର୍ଯ୍ୟକର୍ତ୍ତା ସମେତ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନେହାପ୍ରଭା ମାଝୀ, ଗୋଷ୍ଠୀ ଶିକ୍ଷାଧିକାରୀ ରଶ୍ମିତା ନେତମ, ଏବିଇଓ ତୋଫାନ ମାଝୀ , କୋକସରା ବ୍ଲକ ଶିକ୍ଷକ ସଂଘ ସଭାପତି ଭୁରିଶ୍ରବା ଜାଲ, ଉପ ସଭାପତି ବିର କିଶୋର ନାଗ, ଏକ୍ସ କେଡର ଶିକ୍ଷକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଙ୍କୁ ଫୁଲତୋଡା ଦେଇ ସ୍ୱାଗତ ଜଣାଇଥିଲେ। ମନ୍ତ୍ରୀ କୋକସରା ବିଡ଼ିଓ ଓ ବିଇଓ ଙ୍କୁ ଭଉଣୀ ବୋଲି ସମ୍ବୋଧନ କରି କୋକସରା ଅଞ୍ଚଳ କିଭଳି ଶିକ୍ଷା ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କିଭଳି ଆହୁରି ଉନ୍ନତ ହେବ ସେ ନେଇ ଧ୍ୟାନ ଦେବାକୁ କହିଥିଲେ ।
Comments are closed.