www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ପ୍ରାଣ ହରାଇଥିବା ୨ ଓଡିଆଙ୍କ ମୃତଦେହ

ଭୁବନେଶ୍ଵର: କୁଏତରେ ୬ ମହଲା କୋଠା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମଧ୍ୟରୁ ଓଡ଼ିଶାର ଦୁଇଜଣ ରହିଛନ୍ତି। ଦୁଇ ମୃତକ ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ଼  ଏବଂ କଟକ ଜିଲା ତିଗିରିଆ ବ୍ଲକ କରଡ଼ାପଲ୍ଲୀ ଗାଁର ମହମ୍ମଦ ଜହୁର । ସମସ୍ତ ମୃତଦେହ ଭାରତ ଅଣାଯାଇଥିବାବେଳେ ଦୁଇ ଓଡ଼ିଆଙ୍କ ମୃତଦେହ ଆଜି ସ୍ଵତନ୍ତ୍ର ବିମାନରେ ଆସି ଭୁବନେଶ୍ଵରରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରମୂଖ ବିମାନ ବନ୍ଦରରେ ଉପସ୍ଥିତ ରହି ଶେଷ ଦର୍ଶନ କରିଛନ୍ତି। ପରେ ଦୁଇ ଓଡିଆଙ୍କ ପାର୍ଥିବ ଶରୀରକୁ ନିଜ ଜନ୍ମମାଟି ଅଭିମୁଖେ ନିଆଯାଉଛି। ସେପଟେ ଦୁଇ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଅର୍ଥ ମଞ୍ଜୁର ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ରଣଝାଲି ଗାଁର ସନ୍ତୋଷ ଗୌଡ଼ ଦୁଇବର୍ଷ ହେଲା କୁଏତର ହାଇୱେ ନାମକ ଏକ ସପିଙ୍ଗ୍‌ ମଲ୍‌ରେ କାମ କରୁଥିଲେ। ଗତ ମାର୍ଚ୍ଚ ମାସରେ ବାପାଙ୍କ ହୃଦ୍‌ ​ଅ‌େସ୍ତ୍ରାପଚାର ପାଇଁ ସନ୍ତୋଷ ଗାଁକୁ ଆସିଥିଲେ। କିଛିଦିନ ରହିବା ପରେ ଗତ ଏପ୍ରିଲ ୭ ତାରିଖରେ ପୁଣି କୁଏତ ଫେରିଯାଇଥିଲେ। ବୁଧବାର କମ୍ପାନୀରୁ କାମ ସାରି ବସାଘରକୁ ଫେରିଥିଲେ। ରାତିରେ ଶୋଇଥିବାବେଳେ ସକାଳୁ ଉକ୍ତ କୋଠାରେ ନିଆଁ ଲାଗିଥିଲା। ନିଆଁରେ ପୋଡ଼ିଯାଇ ସନ୍ତୋଷ ପ୍ରାଣ ହରାଇଥିଲେ।

- Advertisement -

ସେହିପରି କରଡ଼ାପଲ୍ଲୀ ଗାଁର ସମସୁର ମହମ୍ମଦଙ୍କ ତୃତୀୟ ପୁତ୍ର ମହମ୍ମଦ ଜହୁର ଦକ୍ଷିଣ କୁଏତର ଏକ ଟ୍ରେଡିଂ କମ୍ପାନୀରେ ସିଭିଲ ଲ୍ୟାବରଟୋରୀ ଟେକ୍‌ନିସିଆନ ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ଭୋରୁ ମସଜିଦ୍‌ରେ ନମାଜ ପାଠ ପରେ ୬ ମହଲା କୋଠାର ପଞ୍ଚମ ମହଲାରେ ରହୁଥିବା ପ୍ରକୋଷ୍ଠକୁ ଯାଉଥିବା ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟିବାରୁ ଶୋଇଥିବା ଅନ୍ୟ ସାଥିମାନଙ୍କୁ ଜହୁର ନିଦରୁ ଉଠାଇଥିଲେ। କିଛି ସାଙ୍ଗ ୬ ମହଲା ଉପରକୁ ଯାଇ ଜୀବନ ବଞ୍ଚାଇ ଥିବାବେଳେ ସେ ତଳକୁ ଆସି ପ୍ରବଳ ଧୂଆଁରେ ଅଣନିଃଶ୍ୱାସୀ ହୋଇ ଗୁରୁତର ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗଞ୍ଜାମ ଓ କଟକ ଜିଲା ପ୍ରଶାସନ ପକ୍ଷରୁ ଉଭୟଙ୍କ ମରଶରୀର ଗାଁକୁ ଆଣିବା ପାଇଁ ପ୍ରୟାସ କରାଯାଇଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories