www.samajalive.in
Wednesday, December 10, 2025
26.1 C
Bhubaneswar

ଭେଣ୍ଟିଲେଟରରେ କାଦର ଖାନ

ମୁମ୍ବଇ : ଦୀର୍ଘ ୪ଦଶକରୁ ଅଧିକ ସମୟ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ବରିଷ୍ଠ ଅଭିନେତା କାଦର ଖାନ ଅସୁସ୍ଥ ହୋଇପଡିଛନ୍ତି। ୮୧ ବର୍ଷୀୟ କାଦର ଖାନଙ୍କ ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେବାରୁ ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖିଛନ୍ତି। ସୂଚନା ଅନୁସାରେ, କାଦରଙ୍କ ମସ୍ତିଷ୍କ କାମ କରିବା ବନ୍ଦ ହୋଇଯାଇଛି ଓ ତାଙ୍କ ଅବସ୍ଥା ଖୁବ୍ ଗମ୍ଭୀର ରହିଛି। କାଦର ଖାନଙ୍କ ପୁଅ ସରଫରାଜ ଏହି ସୂଚନା ଦେଇଛନ୍ତି।

ଦୀର୍ଘଦିନ ଧରି କାଦର ଅସୁସ୍ଥ ଅଛନ୍ତି ଓ ସେ ତାଙ୍କ ପୁଅ ଓ ବୋହୁଙ୍କ ପାଖରେ କାନାଡ଼ାରେ ରହୁଛନ୍ତି। ତେବେ ଗତ କିଛିଦିନ ହେବ ଅବସ୍ଥା ଗୁରୁତର ହେବାରେ ଲାଗିଛି। ଏବେ ବିଦେଶରେ ତାଙ୍କ ଚିକିତ୍ସା ଜାରି ରହିଛି।

- Advertisement -

କାଦର ଖାନ ପ୍ରାୟ ୩୦୦ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ଗୋବିନ୍ଦାଙ୍କ ସହ ତାଙ୍କ ଯୋଡି ଅନେକ ହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ଜଣେ ଭଲ ସଂଳାପ ଲେଖକ ଭାବରେ ମଧ୍ୟ ତାଙ୍କର ନାଁ ରହିଛି। ଚଳଚ୍ଚିତ୍ର କ୍ଷେତ୍ରରେ ଅବଦାନ ପାଇଁ ବର୍ଷ ୨୦୧୩ରେ ତାଙ୍କୁ ସାହିତ୍ୟ ଶିରୋମଣୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories