www.samajalive.in
Wednesday, December 10, 2025
26.1 C
Bhubaneswar

ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ନିଯୁକ୍ତି ମାମଲା, ଫୁଲବାଣୀରେ ସିବିଆଇ ଚଢ଼ାଉ

ଫୁଲବାଣୀ: ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ (ଜିଡିଏସ) ନିଯୁକ୍ତି ମାମଲାରେ ସିବିଆଇର ବଡ଼ ଧରଣର ତଦନ୍ତ ଆରମ୍ଭ । ଓଡ଼ିଶାର ପ୍ରାୟ ୬୭ଟି ସ୍ଥାନରେ ଚଢଉ କରି ତଦନ୍ତ ଆରମ୍ଭ କରିଛି ସିବିଆଇ । ଏହି ଅବସରରେ କନ୍ଧମାଳ ଜିଲାଫୁଲବାଣୀ ସହର ଅନ୍ତର୍ଗତ ଅରବିନ୍ଦ ନଗରର ଶୁଭଲଷ୍ମୀ ପାଲଟାସିଂ ଘରେ  ମଧ୍ୟ ସିବିଆଇ ଏକ ଟିମ ଗୁରୁବାର ସକାଳ୮ ଘଣ୍ଟିକାରୁ ସନ୍ଧ୍ୟା ୮ ଘଣ୍ଟିକା ପର୍ଯ୍ୟନ୍ତ ଦୀର୍ଘ୧୨ ଘଣ୍ଟା ସମୟ ଚଢ଼ାଉ କରିଥିଲେ। ଏହି ସମୟରେ ଶୁଭଲଷ୍ମୀ ଘରେ ନ ନଥିବା ବେଳେ ତାଙ୍କ ସ୍ବାମୀ ପୂର୍ଣ୍ଣ ଚନ୍ଦ୍ର ବାରିକ ଘରେ ଥିଲେ।
ଶୁଭଲଷ୍ମୀ ଆଲାହାବାଦ ବୋର୍ଡରେ ଉତ୍ତୀର୍ଣ୍ଣ ହୋଇଥିବା ସାର୍ଟିଫିକେଟରେ ଗ୍ରାମୀଣ ଡାକ ସେବକ (ଜିଡିଏସ) ନିଯୁକ୍ତି ପାଇଁ ଅନ ଲାଇନରେ ଆବେଦନ କରିଥିଲେ। ଯାହାକି ପରବର୍ତ୍ତୀ ସମୟରେ ନକଲି ସାର୍ଟିଫିକେଟ ବୋଲି ଜଣା ପଡିଥିଲା। ଡାକ ବିଭାଗରେ ନକଲି ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଥିବା ୬୩ ପରୀକ୍ଷାର୍ଥୀ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।
୨୦୨୩ ଜାନୁଆରୀ ୨୭ ତାରିଖରେ ୧୩୮୨ଟି ଜିଡିଏସ ପଦବୀ ପାଇଁ ପରୀକ୍ଷା ନେଇ ଅନଲାଇନରେ ଆବେଦନ କରାଯାଇଥିଲା ।  ଆବେଦନ ପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ ରହିଥିଲା ।  ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ଆଧାରରେ ମେଧା ତାଲିକା ପ୍ରସ୍ତୁତ କରାଯାଇଥିଲା । ମେଧା ତାଲିକା ପ୍ରକାଶର ୧୫ ଦିନ ମଧ୍ୟରେ ସାର୍ଟିଫିକେଟ ଯାଞ୍ଚ ସହ ନିଯୁକ୍ତି ପାଇଁ ପ୍ରସ୍ତୁତ ରହିବାକୁ ଆବେଦନକାରୀଙ୍କୁ ଏସଏମଏସ ଓ ଇମେଲ ମାଧ୍ୟମରେ ସୂଚନା ଦିଆଯାଇଥିଲା । ତେବେ ସାର୍ଟିଫିକେଟ ଯାଞ୍ଚ ବେଳେ ବିଭିନ୍ନ ପୋଷ୍ଟାଲ ଡିଭିଜନରେ ୬୩ ଜଣ ଆବେଦନକାରୀ ନକଲି ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଥିଲା ।
ବାଲେଶ୍ବର, ମୟୂରଭଞ୍ଜ, କଲାହାଣ୍ଡି ଏବଂ ବ୍ରହ୍ମପୁର ପୋଷ୍ଟାଲ ଡିଭିଜନରେ ନକଲି ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ସାମନାକୁ ଆସିଥିଲା । ଏହି ମାଟ୍ରିକ ସାର୍ଟିଫିକେଟ ଗୁଡ଼ିକ ମୁଖ୍ୟତଃ ଆଲାହାବାଦ ବୋର୍ଡ, ପଶ୍ଚିମବଙ୍ଗ ବୋର୍ଡ, ଝାଡ଼ଖଣ୍ଡ ଏକାଡେମୀ କାଉନସିଲର ରହିଥିଲା । ଏଥିରେ ଆବେଦନକାରୀ କୌଣସି ଜାଲ ରାକେଟ ଠାରୁ ଏଗୁଡ଼ିକୁ ହାତେଇଥିବା ସନ୍ଦେହ କରିଥିଲା ଡାକ ବିଭାଗ । ଏନେଇ ସିବିଆଇରେ ଡାକ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଥିଲା । ମାମଲାର ତଦନ୍ତ କରି ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ ୬୭ ଟି ସ୍ଥାନରେ ଚଢଉ କରିଛି ସିବିଆଇ ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories