ଭୁବେନଶ୍ବର: ଶପଥ ଗ୍ରହଣ ଉତ୍ସବ ପରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ‘ବିକଶିତ ଓଡ଼ିଶା’ ଗଠନ ହେବ। ସାଢେ ୪ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ। ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ଆଗେଇ ନେବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ମୋ ପରି ଜଣେ ସାଧାରଣ କାର୍ଯ୍ୟକର୍ତ୍ତାକୁ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ସେବା କରିବାର ଦାୟିତ୍ଵ ପ୍ରଦାନ କରିଥିବାରୁ ମୁଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ରାଜ୍ୟ ନେତୃତ୍ୱଙ୍କ ନିକଟରେ କୃତଜ୍ଞ ବୋଲି ପ୍ରକାଶ କରିଥିଲେ।
ଶପଥ ଗ୍ରହଣ ପରେ ନୂଆ ମୁଖ୍ୟମନ୍ତ୍ରୀ କହିଲେ ସାଢେ ୪ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ
Popular Categories



