www.samajalive.in
Friday, December 5, 2025
23.1 C
Bhubaneswar

ଏମିତି ବି ଆସେ ମୃତ୍ୟୁ ; ଘରେ ଶୋଇଥିଲେ ଓଲଟିଲା ଟ୍ରକ, ୮ ମୃତ

ନୂଆଦିଲ୍ଲୀ : ହରଦୋଇ ଜିଲାରେ ମଲ୍ଲାୱା କୋତବାଲୀ କ୍ଷେତ୍ର ଅନ୍ତର୍ଗତ ଉନ୍ନାଓ ରାସ୍ତାରେ ଏକ ବାଲି ବୋଝେଇ ଟ୍ରକ ଅନିୟନ୍ତ୍ରିତ ହୋଇ ରାସ୍ତା କଡରେ ଥିବା ଏକ ଝୁମ୍ପୁଡି ଘରେ ଓଲଟି ପଡି ଦୁର୍ଘଟଣା ଘଟିଛି। ଏଥିରେ ଝୁମ୍ପୁଡି ଘରେ ଶୋଇଥିବା ୪ ଜଣ ଶିଶୁ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦମ୍ପତି, ତାଙ୍କର ୪ ଶିଶୁ ଓ ଜଣେ ଜ୍ୱାଇଁ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଜଣେ ଶିଶୁକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମଙ୍ଗଳବାର ବିଳମ୍ବିତ ରାତିରେ କାନପୁରରୁ ହରଦୋଇ ଯାଉଥିବା ଏକ ବାଲି ବୋଝେଇ ଟ୍ରକ ଅନିୟନ୍ତ୍ରିତ ହୋଇ ରାସ୍ତା କଡରେ ଥିବା ଝୁମ୍ପୁଡି ଉପରକୁ ଓଲଟି ପଡିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ଟ୍ରକ ଚାଳକ ଓ ହେଲପରକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

ଗାଡି ପଛେ ପଛେ ଦୌଡି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଏପରି କହିଲେ ମହିଳା..

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories