www.samajalive.in
Monday, December 8, 2025
17.1 C
Bhubaneswar

କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ: ବୁଧବାର ରାଶିଫଳ

ମେଷ: ବହୁଜନ ହିତାୟ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ପ୍ରତ୍ୟେକ କ୍ଷେତ୍ରରେ ନିଜର ମହାନତା ପ୍ରତିପାଦନ କରିପାରନ୍ତି। ନିଜ ପୁତ୍ର ପରି ଅନ୍ୟ ପୁତ୍ରପୁତ୍ରୀମାନଙ୍କର କଲ୍ୟାଣକାରୀ ହେବେ। ସୁସ୍ଥ ଜୀବନ ବିତାଇବେ।
ବୃଷ: ନାନା ସୁଖର ଅଧିକାରୀ ହେବେ। ଆପଣ ସୌର୍ଯ୍ୟରୁ, ରାଜସେବାରୁ, ବ୍ରାହ୍ମଣ କର୍ମାଦିରୁ ସୁଭୋଗ କରିପାରନ୍ତି। ମେଧାବୀ, ଜିତେନ୍ଦ୍ରୀୟ, ବିଦ୍ବାନ୍‌ ଓ ଦୟାଳୁ ସ୍ବଭାବସମ୍ପନ୍ନ ହେବେ। ଶାସ୍ତ୍ରପଟୁ ହେବେ।
ମିଥୁନ: ବ୍ୟବସାୟୀମାନଙ୍କ ସହିତ ମିତ୍ରତା ସ୍ଥାପନ କରି ଆର୍ଥିକ ସ୍ଥିତି ତଥା ଅଧିକ ଉପାର୍ଜନ ପାଇଁ ପଥ ପରିସ୍କାର କରିପାରନ୍ତି। କୃଷି କର୍ମକାରୀ ହେବେ। ସଜ୍ଜନ ସାଥୀ ଓ ଧର୍ମଯୁକ୍ତ ଓ ଗୁଣବାନ୍‌ ହୋଇପାରନ୍ତି।
କର୍କଟ:ବୃକ୍ଷରୋପଣାଦି କର୍ମରେ ଉତ୍ସାହ ବୃଦ୍ଧି ହେବ। ବନ ସଂରକ୍ଷଣରେ ସାମିଲ ହୋଇ ନିଜର ନୀତି, ଆଦର୍ଶର ପ୍ରମାଣ ଦେବେ। ନ୍ୟାୟ ମାର୍ଗରେ ପୁତ୍ରମାନଙ୍କୁ ପରିଚାଳିତ କରି ଜଳାଦାନ କରି ଧନ ଅର୍ଜନ କରିବେ।
ସିଂହ: ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ଉଦ୍ୟମ ପ୍ରଶଂସନୀୟ ହେବେ। ଆପଣଙ୍କ ଆଦର୍ଶବାଦୀ ଚିନ୍ତାଧାରା ଅନ୍ୟମାନଙ୍କର ପ୍ରେରଣାର ଉତ୍ସ ହୋଇପାରେ।
କନ୍ୟା:ପତ୍ନୀଙ୍କ ଦାୟିତ୍ବରେ ବ୍ୟୟ ବ୍ୟବସ୍ଥା ନିହିତ ଥିବାରୁ ସେ ଅବସ୍ଥା ଦେଖି ବ୍ୟବସ୍ଥା କରିବାରେ ପାରଙ୍ଗମ ହେବେ। ବିବାହାଦିରେ ମଙ୍ଗଳ କର୍ମରେ ଧନ ବ୍ୟୟ କରିପାରନ୍ତି। ସାଧୁମାନଙ୍କ ଚର୍ଚ୍ଚାରେ ଧନ ବ୍ୟୟ ହେବ।
ତୁଳା: ବହୁ ପ୍ରକାର ବାଣିଜ୍ୟରୁ ଧନଲାଭର ସୂଚନା ମିଳୁଛି। ସାଧୁ ସେବା ରୂପକ ପୁଣ୍ୟାର୍ଜନରେ ଈପ୍‌ସିତ ଧନ ପ୍ରାପ୍ତ ହୋଇପାରନ୍ତି। ବିନୟାବନତ ସ୍ବଭାବରୁ ସମ୍ମାନିତ ହେବା ସହିତ ଧନପ୍ରାପ୍ତ ହେବେ।
ବିଛା: କାହାରି ଉପରେ ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି, ବିଦ୍ୟା ଓ ସଚ୍ଚୋଟତା ବଳରେ ନିଜ କର୍ମ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିବା ସହିତ ଉପରିସ୍ଥ କର୍ମକର୍ତ୍ତାଙ୍କ ପ୍ରଶଂସାଭାଜନ ହେବେ।
ଧନୁ: ଦେବ-ବ୍ରାହ୍ମଣ ଭକ୍ତିଯୁକ୍ତ ହୋଇପାରନ୍ତି। ଶାସ୍ତ୍ରାନୁମୋଦିତ କର୍ମ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାଭାଜନ ହୋଇପାରନ୍ତି। ନିଜର କର୍ମ ବଳ ସହିତ ଧର୍ମ ବଳର ସମ୍ମିଶ୍ରଣରେ ଧର୍ମ ନିକିତି ଧାରଣ କରିବେ।
ମକର: ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ବି, ସ୍ବକର୍ମରୁ ବିଚ୍ୟୁତ ହେବେ ନାହିଁ। ବିପଦପୂର୍ଣ୍ଣ ଜଳଯାତ୍ରାରୁ ବିରତ ରହିପାରନ୍ତି। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ। ପରୋପକାରୀ ହୋଇପାରନ୍ତି।
କୁମ୍ଭ: ପତ୍ନୀ ସ୍ଥିର ସ୍ବଭାବଯୁକ୍ତା ହୋଇପାରନ୍ତି। ପତିବ୍ରତାଭାବେ ସଦାସର୍ବଦା ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଇ ସ୍ବାମୀଙ୍କ ସେବାକାରୀ ଓ ସହକର୍ମୀର ଦାୟିତ୍ବ ବହନ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।
ମୀନ: ପୁତ୍ରାଦି, ପତ୍ନୀ ଓ ବନ୍ଧୁବାନ୍ଧବଙ୍କ ସହଯୋଗରୁ ଶତ୍ରୁମାନଙ୍କ ଆକ୍ରୋଶ ଓ ଅସୂୟାଭାବକୁ ଭ୍ରୂକ୍ଷେପ ନକରି ନିଜ କର୍ମମାର୍ଗରେ ଅଗ୍ରସର ହେବେ। ନିନ୍ଦୁକମାନଙ୍କୁ ଉଚିତ ଶିକ୍ଷା ଦେବାରେ ପାରଙ୍ଗମ ହେବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories