www.samajalive.in
Monday, December 8, 2025
14.1 C
Bhubaneswar

ସରିଲା ଦେବଦମ୍ପତିଙ୍କ ବିବାହ, ବିରାଟ ଶୋଭାଯାତ୍ରାରେ ମନ୍ଦିର ପ୍ରତ୍ୟାବର୍ତ୍ତନ

ବୌଦ୍ଧ:ବୌଦ୍ଧ ଜିଲାର ପୁରପଲ୍ଲୀରେ ଶୀତଳ ଷଷ୍ଠୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ସୋମବାର ମାତା ପାର୍ବତୀ ଓ ଶିବ ମହାପ୍ରଭୁଙ୍କର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିବାବେଳେ ମଙ୍ଗଳବାର ଉଭୟ ଦେବଦମ୍ପତି ସ୍ୱମନ୍ଦିର ପ୍ରତ୍ୟାର୍ବନ କରିଥିଲେ । ସବୁବର୍ଷପରି ଚଳିତବର୍ଷ ମଧ୍ୟ ସହରସ୍ଥିତ ବାବା ମାତଙ୍ଗେଶ୍ୱରଙ୍କର ବିବାହକାର୍ଯ୍ୟ ଧୁମଧାମରେ କରାଯାଇଥିଲା । ଚଳିତବର୍ଷ କନ୍ୟାପିତାଭାବେ ସହରର ମନରଂଜନ ଦାସ ଓ ବର ପିତା ଭାବରେ ତାପସ ପଟ୍ଟନାୟକ ଦାୟୀତ୍ୱ ତୁଲାଇଥିଲେ ।
ସୋମବାର ସନ୍ଧ୍ୟାରେ ବରଯାତ୍ରୀଦଳ ସ୍ଥାନିୟ ମାତଙ୍ଗେଶ୍ୱର ମନ୍ଦିର ଠାରୁ ବାହାରି ବାଜା ରୋଷଣିରେ ସହର ପରିକ୍ରମା କରିଥିଲେ । ମହାପ୍ରଭୁଙ୍କର ବରଯାତ୍ରୀ ଦଳରେ ସହରବାସୀ ସ୍ୱତପ୍ରବୃତଭାବେ ସାମିଲ ହୋଇ ଆନନ୍ଦରେ ନୃତ୍ୟକରି କନ୍ୟାପିତା ଘରେ ପôହଥିଲେ । ସେଠାରେ ବିବାହକାର୍ଯ୍ୟ ଆରମ୍ଭହୋଇ ମଧ୍ୟରାତ୍ରରେ ଶେଷ ହୋଇଥିଲା । ମଙ୍ଗବାର ସନ୍ଧ୍ୟାରେ ଉଭୟ ଦେବଦମ୍ପତି ଶୋଭାଯାତ୍ରାରେ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏବଂ ମହିଳା ମାନଙ୍କ ଦ୍ୱାରା ବନ୍ଦାପନା କରାଯାଇ ସ୍ୱମନ୍ଦିରରେ ପ୍ରବେଶ କରିଥିଲେ ।  ବରପିତାଙ୍କ ପକ୍ଷରୁ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପଣ୍ଡିତଭାବେ ଶାନ୍ତିଭୂଷଣ ଚାନ୍ଦ, ପୂର୍ଣ୍ଣଚନ୍ଦ୍ର ମିଶ୍ର ଦେବାଦେବୀଙ୍କ ବିବାହ କାର୍ଯ୍ୟ ସଂପାଦନ କରିଥିବାବେଳେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ ।
ସେହିପରି ହରଭଙ୍ଗା ବ୍ଲକର ବିରାମଚନ୍ଦ୍ରପୁର ଗ୍ରାମରେ ସୁବର୍ଣ୍ଣେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ଧୂମଧାମରେ ପାଳିତ ହୋଇଯାଇଛି । ଏହି ଗ୍ରାମରେ ୫୯ତମ ଶୀତଳ ଷଷ୍ଠୀ ଯାତ୍ରା ପାଳିତ ହୋଇଯାଇଛି । ଚଳିତ ବର୍ଷ କନ୍ୟା ପିତାମାତା ଭାବରେ ଶିବ ଶଙ୍କର ମିଶ୍ର ଓ ରଂଜୁକ୍ତା ମିଶ୍ର ଏବଂ ବର ପିତାମାତା ଭାବରେ ନରେନ୍ଦ୍ର କୁମାର ସାହୁ ଓ ରଂଜୁକ୍ତା ସାହୁ ଦାୟୀତ୍ୱ ତୁଲାଇଥିଲେ । ପଣ୍ଡିତ ଭାବରେ ଚିତରଂଜନ ମିଶ୍ର ଦାୟୀତ୍ୱ ତୁଲାଇଥିଲେ । ସୁବର୍ଣ୍ଣେଶ୍ୱର ବାବାଙ୍କ ବରଯାତ୍ରୀ ଶୋଭାଯାତ୍ରାରେ ବିଭିନ୍ନ ସଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ । ସେହିପରି ସହରର ଅନ୍ୟତମ ଶୈବପୀଠ ବାବା ଚନ୍ଦ୍ରଚୂଡ ଓ ବାବା ରାମେଶ୍ୱରଙ୍କର ଶୀତଳ ଷଷ୍ଠୀ ଯାତ୍ରା ମନ୍ଦିର ପରିଚାଳନା କମିଟି ଓ ଭକ୍ତଙ୍କ ଦ୍ୱାରା ସମାପନ ହୋଇଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories