www.samajalive.in
Monday, December 8, 2025
20.1 C
Bhubaneswar

ବଜ୍ରାଘାତରେ ଯୁବକ ଗୁରୁତର

ଫୁଲବାଣୀ :ଗୋଛାପଡ଼ା ଥାନା ଅଧୀନରେ ଥିବା କଟ୍ରିଙ୍ଗିଆ ପଂଚାୟତର ପାଲସି  ଗ୍ରାମର  ରାହୁଲ ଦିଗାଲ ପାଣି ପିଇବା ପାଇଁ ରୋଷେଇ ଘରକୁ ପାଣି ପାଇଁ ଯାଇଥିବା ବେଳେ ହଠାତ ଚଡକ ପଡିଯିବାରୁ ଅଚେତ ହୋଇ ତଳେ ପଡିଯାଇଥିଲେ। ଘରଲୋକ ରାହୁଲଙ୍କୁ ଅଚେତ ଅବସ୍ଥାରେ ଏକ ଅଟୋ ସାହାଯ୍ୟରେ ଫୁଲବାଣୀ ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଉଦବେଗଜନକ ଥିବା ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି।
ମଙ୍ଗଳବାର ଅପରାହ୍ନ ସମୟରେ କନ୍ଧମାଳ ଜିଲାର ଫୁଲବାଣୀ, ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ବୋହିବା ସହିତ ଘଡଘଡି ଓ କୁଆ ପଥର ବର୍ଷା ହୋଇଥିଲା । ଉକ୍ତ ବର୍ଷା ପବନ ଓ ଘଡଘଡି ଦୀର୍ଘ ୨ ଘଣ୍ଟା ଧରି ଲାଗି ରହିଥିବା ବେଳେ ଅଞ୍ଚଳର ଅନେକ ସ୍ଥାନରେ ଗଛର ଡାଳ ଭାଙ୍ଗି ପଡିବା ସହିତ ଅନେକ ଗଛ ମୂଳରୁ ଉପୁଡି ପଡ଼ିଥିବା ବେଳେ ସେହି ଭଳି ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଥିବା ଦେଖିବାକୁ ମିଳିଛି। ଫୁଲବାଣୀ ଷ୍ଟାଡିଅମରେ ଚାଲିଥିବା ଯାତ୍ରା ପାର୍ଟିର ଟେଣ୍ଡ ମଧ୍ୟ ପବନ ଯୋଗୁଁ ଭାଙ୍ଗି ପଡିଥିବା ଦେଖା ଯାଇଛି।ଅଞ୍ଚଳବାସି ଏହା ପୂର୍ବରୁ ଏମିତି କୁଆପଥର ବର୍ଷା କି ଏମିତି ଘଡଘଡି ଆଗରୁ ଦେଖିନଥିବାରୁ ଅତ୍ୟଧିକ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories