www.samajalive.in
Monday, December 8, 2025
20.1 C
Bhubaneswar

ଶୀତଳ ଷଷ୍ଠୀ ଉପଲକ୍ଷେ ଉତ୍ସବମୁଖର ଶୈବପୀଠ

ଆଠଗଡ: ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ସୋମବାର ଓ ମଙ୍ଗଳବାର ଆଠଗଡର  ପୁରପଲ୍ଲୀରେ ଥିବା ଶୈବପୀଠ ଗୁଡିକ ଉତ୍ସବମୁଖର ହୋଇ ଉଠିଥିଲା । ଏହି ଅବସରରେ ଆଠଗଡର ପ୍ରାଚୀନ ଶୈବପୀଠ ସର୍ବେଶ୍ଵର ମହାଦେବ ମନ୍ଦିର ସମେତ ଆଠଗଡ ସହର ତଥା ଗ୍ରାମାଞ୍ଚଳର ବିଭିନ୍ନ ଶୈବପୀଠରେ ଦେବଦମ୍ପତିଙ୍କ  ବିବାହ ଉତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହେବା ସହ ଭବ୍ଯ ଶୋଭାଯାତ୍ରାରେ ବର କନ୍ୟା ରୂପରେ ପ୍ରଭୁ ମହାଦେବ ଓ ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମଣ କରିଥିଲେ ।
କେତେକ ଶୈବପୀଠରେ ସୋମବାର ଦେବଦମ୍ପତିଙ୍କ ବିବାହ ନୀତି ସମ୍ପନ୍ନ ହୋଇଥିବାବେଳେ ମଙ୍ଗଳବାର ନଗର ପରିକ୍ରମା ହୋଇଥିଲା । ଆଠଗଡ ସହରର କାଶୀ ବିଶ୍ଵନାଥ ମନ୍ଦିରରେ ବର ପିତାମାତା ଭାବେ ମିହିର କୁମାର ତ୍ରିପାଠୀ ଓ ତାଙ୍କ ସହଧର୍ମିଣୀ ଏବଂ କନ୍ୟା ପିତାମାତା ରୂପେ ସୁରେଶ ଚନ୍ଦ୍ର ତ୍ରିପାଠୀ ବିବାହ କାର୍ଯ୍ଯ ସମ୍ପନ୍ନ କରିଥିଲେ । ସେହିପରି ବାଣୀକଣ୍ଠନଗରର ନୀଳକଣ୍ଠେଶ୍ବର ମନ୍ଦିରରେ ବର ପିତାମାତା ସଞ୍ଜୟ ଜେନା ଓ ସଞ୍ଚିତା ସାମଲ ଏବଂ କନ୍ୟା ପିତାମାତା ଭାବେ ସ୍ଵାଧୀନ ପଣ୍ଡା ଓ ଜୟନ୍ତୀ ଦାଶ, ସ୍ବପ୍ନେଶ୍ବର ମନ୍ଦିରରେ ବର ପିତାମାତା ରୂପେ  ରବିନାରାୟଣ ପଣ୍ଡା ଓ ତାଙ୍କ ପତ୍ନୀ ଏବଂ କନ୍ୟା ପିତାମାତା ଫକୀର ଚରଣ ଦାସ ସସ୍ତ୍ରୀକ, ରାଧାଗୋବିନ୍ଦପୁର ର ରାମେଶ୍ଵର ମନ୍ଦିରରେ ବର ପିତାମାତା ସମୀର ରାଉତ ଓ ରାନୁ ରାଉତ ଏବଂ କନ୍ୟା ପିତାମାତା ଭାବେ ରଶ୍ମିରଞ୍ଜନ ରାଉତ ଓ ଜିତା ରାଉତ ବୀରକିଶୋରପୁରସ୍ଥିତ ସିଦ୍ଧେଶ୍ଵର ମହାଦେବ ମନ୍ଦିରରେ ରତ୍ନାକର ନାୟକ ସସ୍ତ୍ରୀକ ବର ପିତାମାତା ଓ ଲୋକନାଥ ବେହେରା ସସ୍ତ୍ରୀକ କନ୍ୟା ପିତାମାତା ରୂପେ ଦେବଦମ୍ପତିଙ୍କ ବିବାହ କାର୍ଯ୍ଯ ସମ୍ପନ୍ନ କରିବାର ସୌଭାଗ୍ଯ ଅର୍ଜନ କରିଥିଲେ ।
ଏହା ସହିତ ଆଠଗଡ ସହରର କନ୍ତୋଲସ୍ଥିତ ଭୂବନେଶ୍ୱର ମହାଦେବ, ବଡ ପୋଖରୀ ନିକଟସ୍ଥ ତ୍ରିନାଥେଶ୍ୱର, ଗୌଡଝରି ମହାଦେବ ମନ୍ଦିର, ତରଡିଙ୍ଗର କପିଳେଶ୍ୱର ମହାଦେବ, ବେଣ୍ଟପଦାସ୍ଥିତ ବାଲୁଙ୍କେଶ୍ବର ପୀଠ ସମେତ ସମସ୍ତ ଶୈବପୀଠରେ ଶିବପାର୍ବତୀଙ୍କ ବିବାହ ଓ ଶୀତଳ ଷଷ୍ଠୀ ପର୍ବ ବେଶ୍ ଆନନ୍ଦ ଉଲ୍ଲାସ ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories