www.samajalive.in
Monday, December 8, 2025
13.1 C
Bhubaneswar

‘‘ଏଥିପାଇଁ ମୁଁ ତାକୁ ମାରିଦେଲି..’’: ପୁଅର ତଣ୍ଟି ଚିପି ହତ୍ୟା କଲା ମାଆ

ଅଗରତାଲା: ତ୍ରିପୁରାର ଜଣେ ମହିଳା ତାଙ୍କ ୯ ବର୍ଷର ପୁଅକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପୁଅର ଦୁର୍ବ୍ୟବହାରକୁ ନେଇ ଅତିଷ୍ଠ ହୋଇ ପଡ଼ିଥିଲେ ଏବଂ ତାକୁ ସମ୍ଭାଳି ପାରୁ ନଥିଲେ। ଏହି କାରଣରୁ ସେ ପୁଅକୁ ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଏହି ନିଷ୍ଠୁର ମାଆ ନିଜ ପୁଅର ମୃତଦେହ ନିକଟରେ ବସିଥିଲା। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଗରତାଲାର ଜୟନଗରରେ ଘଟିଛି ଏହି ଦୁଃଖଦ ଘଟଣା। ଅଭିଯୁକ୍ତ ମହିଳା ସୁପ୍ରଭା ବଳ ନିଜ ଅପରାଧ ସ୍ୱୀକାର କରିଛନ୍ତି ଏବଂ ପୁଲିସ ତାଙ୍କୁ ଗିରଫ କରିଛି।

ଦିନ ମଜୁରିଆ ଭାବେ କାମ କରୁଥିବା ସୁପ୍ରଭା ବଳ କହିଛନ୍ତି ଯେ, ତାଙ୍କ ସ୍ୱାମୀ ନିଖୋଜ ଅଛନ୍ତି ଏବଂ ତାଙ୍କ ଝିଅର ବିବାହ ହୋଇସାରିଛି, ତେଣୁ ତାଙ୍କୁ ତାଙ୍କ ପୁଅକୁ ଏକାକୀ ଲାଳନ ପାଳନ କରିବାକୁ ପଡ଼ିଥାଏ। ସେ ପୁଲିସକୁ ଏହା ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ପୁଅ ରାଜଦୀପର ଲଗାତର ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ପଡ଼ିଥିଲେ। ସେ ଟଙ୍କା ଚୋରି କରୁଥିଲା ଏବଂ ଠିକ୍‌ରେ ପାଠ ପଢୁ ନଥିଲା।

- Advertisement -

ଅଭିଯୁକ୍ତ ମାଆ କହିଛି ଯେ, ‘‘ମୁଁ କାମକୁ ଯାଇପାରୁ ନଥିଲି ଏବଂ ଶାନ୍ତିରେ ରହିପାରୁ ନଥିଲି। ତେଣୁ ମୁଁ ତାକୁ ମାରିଦେଲି ଏବଂ ଏଥିପାଇଁ ଜେଲ୍‌ ଯିବାକୁ ପ୍ରସ୍ତୁତ ଅଛି।’’ ପୁଲିସ ଘରୁ ହତ୍ୟାରେ ବ୍ୟବହୃତ ଦଉଡ଼ି ଓ ଏକ ବାଉଁଶ ବାଡ଼ି ଜବତ କରିଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories