www.samajalive.in
Sunday, December 7, 2025
26.1 C
Bhubaneswar

ଝାଡାବାନ୍ତିରେ ୪୦ ଆକ୍ରାନ୍ତ, ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ଡାକ୍ତରୀ ଟିମ୍

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଧୀନରେ ଥିବା ସେମିଳିଗୁଡା ବ୍ଲକର ମହକୁମାର ଗଉଡ ସାହିରେ ଦୂଷିତ ପାନୀୟ ଜଳ ବ୍ୟବହାର କରି ୪୦ ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ମହିଳା,  ପୁରୁଷ ଓ ଶିଶୁ ଥିବା ଜଣାପଡ଼ିଛି। ଖବର ପାଇ ସେମିଳିଗୁଡା ବ୍ଲକ ପ୍ରଶାସନ, ସେମିଳିଗୁଡା ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଡାକ୍ତରୀ ଦଳ ପହଞ୍ଚି ଗ୍ରାମବାସୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ। ଆକ୍ରାନ୍ତଙ୍କୁ ଚିହ୍ନଟ କରି ଗାଁରେ ହିଁ ଚିକିତ୍ସା ବ୍ୟବସ୍ଥା କରିଥିଲେ। କାରଣ ଖୋଜିବାକୁ ଯାଇ ଗାଁର ପରିମଳ ବ୍ୟବସ୍ଥା ଯାଞ୍ଚ କରିଥିଲେ। ଲୋକେ ବ୍ୟବହାର କରୁଥିବା ପାନୀୟ ଜଳର ବିଭିନ୍ନ ଉତ୍ସ ଗୁଡ଼ିକର ଯାଞ୍ଚ କରିଥିଲେ। ଗଉଡ ସାହିରେ ଥିବା ସମସ୍ତ ନାଳ ନର୍ଦ୍ଦମା, ଅପରିଷ୍କାର ସ୍ଥାନ ସମେତ ପାନୀୟ ଜଳର ଉତ୍ସ ଗୁଡିକର ବିଶୋଧନ କରାଯାଇଥିଲା। ଉପସ୍ଥିତ ସ୍ଵାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି ଆଶା କର୍ମୀ, ଲୋକ ପ୍ରତିନିଧିଙ୍କ ସମେତ ଗଉଡ ସାହି ବାସିନ୍ଦାଙ୍କୁ ଫୁଟା ପାଣି ବ୍ୟବହାର କରିବାକୁ ସଚେତନ କରାଯାଉଛି। ସ୍ଥିତି ପ୍ରତି ଜିଲ୍ଲା ପ୍ରଶାସନର କଡ଼ା ନଜର ରହିଥିବା କୋରାପୁଟ ଡାକ୍ତରୀ ଦଳର ନେତୃତ୍ୱ ନେଉଥିବା ଡାକ୍ତର ନୀଳ ମାଧବ ଶତପଥୀ ସୂଚନା ଦେଇଛନ୍ତି।  ଝାଡ଼ାବାନ୍ତିରେ ଯେପରି ଅନ୍ୟ କେହି ସଂକ୍ରମିତ ନହୁଅନ୍ତୁ ସେଥିପ୍ରତି ଧ୍ୟାନ ଦିଆଯାଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories