www.samajalive.in
Thursday, December 11, 2025
18.1 C
Bhubaneswar

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଦୁଇ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକସଦର ପଞ୍ଚାୟତର  ଇନ୍ତାଲିଗୁଡ଼ା ଗାଁ  ଚାଞ୍ଚଡା ନିକଟ ବୁଲାଣିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଅପରାହ୍ନରେ  ଓଡ଼ି୧୮ ଏଲ ୭୫୮୮ନମ୍ବର ବାଇକରେ ଦୁଇଜଣ ଯୁବକ ସହ ଜଣେ ବୟସ୍କ ମିଶି ଧାମୁଣିପଙ୍ଗା ପଞ୍ଚାୟତର ତାଡିଝୋଲା ଗ୍ରାମକୁ ଯାଇ ଫେରୁଥିବା ବେଳେ କଲ୍ୟାଣସିଂହପୁର ପଞ୍ଚାୟତର ଇନ୍ତାଲିଗୁଡ଼ା ଗାଁ ନିକଟ ବୁଲାଣିରେ ଭାରସାମ୍ୟ ହରାଇ  ବାଇକରୁ ଫିଙ୍ଗି ହୋଇ ପଡ଼ିଯାଇଥିଲେ। ଉକ୍ତ ଘଟଣାକୁ କିଛି ଲୋକ ଦେଖି ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ ।
ଅଗ୍ନି ଶମ ବିଭାଗର ହାବିଲଦାର ବଳରାମ ବେହେରାଙ୍କ ନେତୃତ୍ୱରେ ଏକ ଦଳ ବାହାରି ଘଟଣା ସ୍ଥଳରେ ପହଞ୍ଚି ତିନି ଜଣକୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନେ ହେଲେ ଧାମୁଣି ପଙ୍ଗା ପଞ୍ଚାୟତର ରାବୁଗୁଡା ଗାଁର ସନ୍ତୋଷ ବିଡିକା (୨୫), ସୁବା ରାଣୀକା(୨୭)ଓ  ବଡଦ୍ୱାରସାହିର ଧନସିଂ ଭତ୍ରା (୫୫)ବୋଲି ଜଣାପଡିଛି । ଏଠାରେ ଡକ୍ଟର ସତ୍ୟ ଦାସ ପ୍ରାଥମିକ ଚିକିତ୍ସା କରି ସୁବା ଓ ଧନସିଂ ଭତ୍ରା ଦୁଇ ଗୁରୁତରଙ୍କୁ ଜିଲା ଚିକିତ୍ସାଳୟକୁ ପଠାଇଦେଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ କଲ୍ୟାଣସିଂହପୁରରେ ବେପାରୁଆ ଗାଡି ଚାଳନା କରି ବହୁ ଦୁର୍ଘଟଣା ହୋଇ ବହୁ ଧନଜୀବନ ନଷ୍ଟ ହେଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories