www.samajalive.in
Sunday, December 7, 2025
16.1 C
Bhubaneswar

ଅଘୋଷିତ ବିଦ୍ୟୁତ କାଟ ଆନ୍ଦୋଳନକୁ ଆମନ୍ତ୍ରଣ କରୁଛି

କେନ୍ଦୁଝରଗଡ଼: ଆକାଶରେ କଳା ବାଦଲ ଢ଼ାଙ୍କିଲେ, ଗଛପତ୍ର ସାମାନ୍ୟ ଦୋହଲିଲେ, ସାମାନ୍ୟ ବର୍ଷା ହେଲେ ବିଦ୍ୟୁତ କାଟ ହେବାନେଇ ହିତାଧିକାରୀଙ୍କ ମଧ୍ୟରେ ବଢ଼଼ୁଥିବା ଅସନ୍ତୋଷ କ୍ରମେ ଆନ୍ଦୋଳନର ରୂପ ନେବାକୁ ବସିଛି। କେବଳ ସେତିକି ନୁହେଁ, ମରାମତି ଆଳରେ ଦିନବେଳା ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ଉପଭୋକ୍ତାଙ୍କୁ ଯେତିକି ନିରାଶ କରିଛି ସନ୍ଧ୍ୟା ହେବା ମାତ୍ରେ ତୁହାକୁ ତୁହା ଅଘୋଷିତ ବିଦ୍ୟୁତ କାଟ ସହରବାସୀଙ୍କୁ ସେତିକି ଯନ୍ତ୍ରଣା ଦେଇଛି। ଏତଦ୍‌‌ବ୍ୟତୀତ ମଧ୍ୟରାତ୍ରିରୁ ଭୋର ୫ଟା ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ୍‌‌ କାଟ ଗ୍ରୀଷ୍ମଋତୁରେ ସହରବାସୀଙ୍କ ଉଷ୍ମତାକୁ ଦ୍ୱିଗୁଣିତ କରିବା ସହ ଆନ୍ଦୋଳନକୁ ୱଲାଇବାକୁ ବାଧ୍ୟ କରିଛି ବୋଲି ଜିଲା ଓକିଲ ସଂଘର ପୂର୍ବତନ ସଭାପତି ଅଶୋକ କୁମାର ଦାସ କ୍ଷୋଭର ସହ ଏହା କହିଛନ୍ତି। ଅଘୋଷିତ ବିଦ୍ୟୁତ୍‌‌ କାଟ ଯୋଗୁଁ ବିଶେଷକରି ପାନୀୟଜଳ ଯୋଗାଣ ଓ ଚିକିତ୍ସା ସେବା ଅଧିକାଂଶ ଦିନରେ ବାଧାପ୍ରାପ୍ତ ହେବା ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି। ବଡବଡିଆ ବାବୁମାନେ ବସବାସ କରୁଥିବା ସହରର ପ୍ରମୁଖ ଅଞ୍ଚଳ ଓ ମୁଖ୍ୟବଜାରକୁ ବାଦ୍‌‌ ଦେଲେ ପୁରୁଣାବଜାର, ଆଟୋପୁର, ବୀରବରପୁରପାଟଣା, ଜନାର୍ଦ୍ଦନପୁର ଶାସନ, ଧାଙ୍ଗରପଡ଼ା, ମାଧପୁର, ବଣିଆପାଟ, ନୂଆସାହି, କାଶିପୁର, ବଡହଳ, ବ୍ରାହ୍ମଣୀଗାଁ ଆଦି ଅଞ୍ଚଳମାନଙ୍କରେ ଗ୍ରୀଷ୍ମଋତୁରେ ପ୍ରତିବର୍ଷ ଅଘୋଷିତ ବିଦ୍ୟୁତ୍‌‌ କାଟ ହିତାଧିକାରୀଙ୍କୁ ଆନ୍ଦୋଳନ ପାଇଁ ବାଧ୍ୟ କରୁଛି ବୋଲି ଜିଲା ଓକିଲ ସଂଘ ସଭାପତି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଛନ୍ତି। ଖୋଦ ଜିଲା ମୁଖ୍ୟାଳୟରେ ବଦ୍ୟୁତ୍‌‌ ବିଭାଗର ଏଭଳି ଦୟନୀୟ ସେବା ଥିବାବେଳେ ଗ୍ରାମାଞ୍ଚଳରେ ହିତାଧିକାରୀଙ୍କୁ କିଭଳି ବିଭାଗ ପକ୍ଷରୁ ସେବା ଯୋଗାଇ ଦିଆଯାଉଥିବ ତାହା ଏଥିରୁ ସହଜରେ ଅନୁମାନ କରାଯାଇପାରେ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ଗ୍ରୀଷ୍ମଋତୁରେ ସାଧାରଣ ଲୋକେ ଗ୍ରୀଷ୍ମପ୍ରବାହରୁ କିଭଳି ମୁକ୍ତି ପାଇବେ ସେ ନେଇ ବିଦ୍ୟୁତ ବିଭାଗ ଗୁରୁତ୍ୱ ଦେଇ ବିଦ୍ୟୁତ ଯୋଗାଣରେ ସ୍ୱାଭାବିକ ସେବା ଯୋଗାଇ ଦିଆନଗଲେ ଏହା ପ୍ରତିବାଦରେ ଖୁବ୍‌‌ ଶୀଘ୍ର ସହରର ବିଦ୍ୟୁତ୍‌‌ ଉପଭୋକ୍ତାଙ୍କ ପକ୍ଷରୁ ବାଧ୍ୟ ହୋଇ ବିଦ୍ୟୁତ୍‌‌ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories