www.samajalive.in
Monday, December 8, 2025
27.1 C
Bhubaneswar

ସିକକିରେ ହାତୀ ହତ୍ୟା ଅଭିଯୋଗ!

ତୁମୁଡିବନ୍ଧ : ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ଥମିନଥିବା ବେଳେ ପୁଣି ଥରେ କନ୍ଧମାଳ ଜିଲ୍ଲାରେ ହାତୀ ମୃତ୍ୟୁ ନେଇ ଅଭିଯୋଗ ହୋଇଛି। ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳର ବେଲଘରରୁ ଝିରିପାଣି ଯିବା ରାସ୍ତାର ଶିକାକି ନିକଟରେ ଥିବା ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଛି । ଝିରିପାଣି ଗ୍ରାମବାସୀଙ୍କ କହିବା ଅନୁସାରେ ଗତ କିଛିଦିନ ହେବ କଳାହାଣ୍ଡିରୁ ହାତୀପଲ ଆସୁଥିଲେ, କିନ୍ତୁ କୌଣସି କ୍ଷ୍ୟତି କରୁନଥିଲେ। ସପ୍ତାହ ତଳେ ଅଞ୍ଚଳବାସୀ ଗୁଳି ଫୁଟିଥିବାର ଆବାଜ ଶୁଣିବାକୁ ପାଇଥିଲେ। ଗତକାଲି ଗ୍ରାମବାସୀ ଦୁର୍ଗନ୍ଧ ହେଉଥିବା ଜାଣି ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ।

କିନ୍ତୁ ବନ ବିଭାଗ କର୍ମଚାରି ସେମାନଙ୍କୁ ଘଉଡ଼ାଇ ଦେଇଥିଲେ । ପରେ ସେମାନେ ଏକ ଦନ୍ତା ହାତୀ କୁ ହତ୍ୟା ହୋଇଥିବା ଜାଣିବାକୁ ପାଇଥିଲେ। ତେବେ ବନ ବିଭାଗ କାହାକୁ ନଜଣାଇ ମୃତ ହାତୀକୁ ସେହି ଜଙ୍ଗଲରେ ଜେସିବି ଦ୍ୱାରା ଗାତ ଖୋଳି ପୋତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ସ୍ଥାନୀୟ ଅଞ୍ଚଳରେ ହାତୀ ମୃତ୍ୟୁକୁ ନେଇ ସନ୍ଦେହ ବଢିବା ସହ ଅସନ୍ତୋଷ ବୃଦ୍ଧି ପାଇଛି। ଯଥା ଶୀଘ୍ର ହାତୀ ମୃତ୍ୟୁ ର ତଦନ୍ତ ଦାବି କରିଛନ୍ତି। ଆମେ ପହଞ୍ଚିବା କିଛି ସମୟ ପୂର୍ବରୁ ବନ ବିଭାଗ କର୍ମଚାରୀ ତରବରିଆ ଭାବେ ଜାଗା ଛାଡିଥିଲେ। ସେପଟେ ବେଲଘର ରେଞ୍ଜର ହାତୀ ହତ୍ୟା ଘଟଣାକୁ ଭିତ୍ତିହୀନ କହିବା ସହ ୫ ବର୍ଷର ମାଈହାତୀଟି ଗର୍ଭବତୀ ଥିବା କହିଛନ୍ତି। ରେଂଜର ମଣିଚନ୍ଦ୍ର ପାତ୍ର କହିବା ଅନୁସାରେ ଶବବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ଜଣା ପଡିବ କହିଛନ୍ତି । ତେବେ ହାତୀର ମୃତ୍ୟୁ ସ୍ୱାଭାବିକ ନା ହତ୍ୟା ତାକୁ ନେଇ ପ୍ରଶ୍ନ ଉଠିଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories