www.samajalive.in
Monday, December 8, 2025
24.1 C
Bhubaneswar

ନିଟ୍ ପରୀକ୍ଷାଫଳ ବିବାଦ, ଗ୍ରେସ୍ ମାର୍କର ସମୀକ୍ଷା କରିବ ଉଚ୍ଚସ୍ତରୀୟ କମିଟି

ଡେସ୍କ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି – ଏନଟିଏ କହିଛି ଯେ ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ-ନିଟ୍ ସ୍ନାତକୋତ୍ତର, ୨୦୨୪ର ପ୍ରକ୍ରିୟା ସମଗ୍ର ଦେଶରେ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ନିରପେକ୍ଷ ରହିଛି ଏବଂ ଏହି ପରୀକ୍ଷାର କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନାହିଁ। ମେ’ ୫ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଏବଂ ଚଳିତ ମାସ ୪ ତାରିଖରେ ଫଳ ପ୍ରକାଶ ପାଇଥିଲା।


ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନଟିଏର ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂହ କହିଛନ୍ତି ଯେ ପ୍ରଶ୍ନପତ୍ରର ଭୁଲ ବଣ୍ଟନ ଯୋଗୁଁ ୪ ହଜାର ୭୫୦ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ୬ଟି କେନ୍ଦ୍ର ଓ ୧୬୦୦ ପରୀକ୍ଷାର୍ଥୀଙ୍କ ସମୟ ନଷ୍ଟ ହୋଇଥିଲା। ସେ କହିଛନ୍ତି ଯେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଯାହା ଏହି ପ୍ରାର୍ଥୀମାନଙ୍କୁ ଦିଆଯାଇଥିବା ଗ୍ରେସ୍ ମାର୍କର ସମୀକ୍ଷା କରିବ। ୟୁପିଏସସିର ପୂର୍ବତନ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ଏବଂ ସପ୍ତାହକ ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି। ଏହାପରେ ଏନଟିଏ ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଫଳାଫଳ ଦ୍ୱାରା ନାମଲେଖା ପ୍ରକ୍ରିୟା ପ୍ରଭାବିତ ହେବ ନାହିଁ ବୋଲି ସେ କହିଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories