www.samajalive.in
Sunday, December 7, 2025
14.1 C
Bhubaneswar

ପିଲାଙ୍କ ଉପରେ ପିତା ମାତାଙ୍କ କୌଣସି ଅଧିକାର ନାହିଁ: ଜାଣନ୍ତୁ କାହିଁକି ଏମିତି କହିଲେ କୋଟିପତି ମାଲିକାଣି ସୁଧା ମୂର୍ତ୍ତୀ

ସମାଜ ଡିଜିଟାଲ ଡେସ୍କ: ଇନଫୋସିସ୍‌‌ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ସୁଧା ମୁର୍ତ୍ତୀ କେବଳ ଜଣେ ସମାଜ ସେବୀ ନୁହଁନ୍ତି ବରଂ ଜଣେ ମାତା ମଧ୍ୟ। ଲୋକଙ୍କୁ ଜୀବନରେ ଆଗକୁ ବଢିବାରେ ସେ ଅନେକଙ୍କୁ ପ୍ରେରଣା ଦେବା ସହିତ ପିଲାମାନଙ୍କୁ ଭଲ ଭାବରେ ମଣିଷ ପରି ଗଢି ତୋଳିବାକୁ ପିତାମାତାଙ୍କୁ ଉପାୟ ବତାଇଥାନ୍ତି। ଏକ ଶୋରେ ସାକ୍ଷାତକାର ଅବସରରେ ସୁଧା କହିଛନ୍ତି ଯେ ପିତା ମାତା ହେବା ଏକ ବଡ ଦାୟିତ୍ୱ। ହେଲେ ଏଥିରେ ବହୁତ ଖୁସି ଓ ଆନନ୍ଦ ମଧ୍ୟ ମିଳିଥାଏ। ନିଜର ପିଲାମାନଙ୍କୁ ଛୋଟ ବେଳୁ ବଡ ହେବାର ଦେଖିବା, ସ୍କୁଲ ଯିବା ଦେଖିବା, ପିଲାଙ୍କ ପ୍ରଶ୍ନର ଉତ୍ତର ଦେବା, ଏବଂ ଶେଷରେ ପିଲାଟି ବଡ ହେବାର ଯେଉଁସବୁ ସମୟ ପୁରା ଆନନ୍ଦଦାୟକ ହୋଇଥାଏ। ସୁଧା କହିଛନ୍ତି ଯେ ବାପା ମାଙ୍କ କାମ କେବଳ ପିଲାଙ୍କୁ ମଣିଷ କରିବା ଏବଂ ଭବିଷ୍ୟତ ଗଢିବ। ଏହା ବଦଳରେ ତାଙ୍କଠାରୁ କିଛି ଆଶା କରିବା କଥା ନୁହେଁ।
ସୁଧା ଆହୁରି ମଧ୍ୟ କହିଛନ୍ତି ଯଦି ଆପଣ ଭାବୁଛନ୍ତି ଯେ ନିଜର ପିଲା ପଛରେ ଆପଣ ଅନେକ ଖର୍ଚ୍ଚ କରୁଛନ୍ତି ଏବଂ ଏହା ବଦଳରେ ଆପଣଙ୍କ ବୃଦ୍ଧାବସ୍ଥାରେ ସେ ଆପଣଙ୍କୁ ତାହା ଫେରାଇବ ଦେବ ଏହା ଭୁଲ। ଆପଣ ନିଜର ଖୁସି ପାଇଁ ଗୋଟିଏ ସନ୍ତାନ ଜନ୍ମ ଦେଇଛନ୍ତି। ଏହା ଇଶ୍ୱରଙ୍କ ମୂଲ୍ୟବାନ ଉପହାର। ଯଦି ତୁମେ ଜାଣିଛ ତୁମେ ପିତାମାତା ଭାବରେ କଣ କରିବା ଉଚିତ ଏବଂ କଣ କରିବା ଉଚିତ ନୁହେଁ ତେବେ ତୁମେ ସୁନ୍ଦର ଯାତ୍ରାକୁ ଉପଭୋଗ କରିବାକୁ ସମର୍ଥ ହେବ।

 

- Advertisement -

 

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories