www.samajalive.in
Saturday, December 6, 2025
26.1 C
Bhubaneswar

ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତିଙ୍କ ମୃତ୍ୟୁ

କଳାପଥର(ବାଙ୍କୀ ): ବୈଦେଶ୍ୱର ପଂଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଶିକ୍ଷାବିତ ତଥା ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତି ତ୍ରିଲୋଚନ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ସେ ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ୟ୍ୟ ନିର୍ବାହ କରି ଅବସର ନେବା ପରେ ଅଂଚଳର କୃଷକଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଥିଲେ। ସେ ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତି ପଦ ଅଳଙ୍କୃତ କରି ଅଂଚଳରେ ମହାନଦୀରୁ ଚାଷ ଜମି ପାଇଁ ଜଳସେଚନ, ମେଗା ପାନୀୟଜଲ ପାଇଁ ଦାବୀ କରି ଆସୁଥିବା ବେଳେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ ହୋଇଛି। ସେ ୩ମାସ ହେବ ରୋଗ ଶଯ୍ୟାରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ପୁଅର ଭୁବନେଶ୍ୱରସ୍ଥିତ ବାସଭବନରେ ମୃତ୍ୟୁ ବରଣ କରିଛନ୍ତି। ଖବରପାଇ ବାଙ୍କୀର ଶିକ୍ଷାବିତ୍‌‌, କୃଷକ, ନେତା, ସମାଜସେବୀ ସ୍ଵର୍ଗତ ମଲ୍ଲିକଙ୍କ ଶେଷ ଦର୍ଶନ କରି ଫେରିଛନ୍ତି। ତାଙ୍କ ବିୟୋଗରେ ପୂର୍ବତନ ଚେୟାରମ୍ୟାନ, ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ଦୁଃଖପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ବାଙ୍କୀ ନିର୍ବାଚନ ମଣ୍ଡଳୀ ସମେତ ପଶ୍ଚିମ ବାଙ୍କୀ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories