www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ବର ସବୁଠାରୁ ବୟସ୍କ ବିଲେଇ, ୧୯୯୫ରେ ହୋଇଥିଲା ଜନ୍ମ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏବେ ଏକ ବିଲେଇକୁ ନେଇ ଚର୍ଚ୍ଚା । ଏହାର କାରଣ ହେଉଛି ବିଲେଇର ବୟସ । ବିଲେଇକୁ ଏବେ ୨୯ ବର୍ଷ ବୟସ ଏବଂ ସେ ନିଜ ବୟସ ଯୋଗୁଁ ଗିନିଜ ଓ୍ବର୍ଲ୍ଡ ରେକର୍ଡରେ ନିଜ ନାଁ ପଞ୍ଜୀକୃତ କରିଛି । ସାଧାରଣତଃ ବିଲେଇମାନେ ପ୍ରାୟ ୧୩ରୁ ୧୫ ବର୍ଷ ବଞ୍ଚିଥାନ୍ତି କିନ୍ତୁ ଏହି ବିଲେଇ କ୍ଷେତ୍ରରେ ଓଲଟା ଘଟିଛି ।  କୁହାଯାଉଛି କି ଏହି ବିଲେଇ ବିଶ୍ବର ସବୁଠାରୁ  ବୟସ୍କ ବିଲେଇ ।

 

- Advertisement -

ଇଂଲଣ୍ଡରେ ରହୁଥିବା ଲେସଲି ଗ୍ରୀନହଫଙ୍କ ଅନୁସାରେ ତାଙ୍କ ବିଲେଇ ବିଶ୍ବର ସବୁଠାରୁ ବୁଢୀ ବିଲେଇ । ତା ନାଁ ମିଲି । ମିଲି ୩ ମାସର ହୋଇଥିବାବେଳେ ଗ୍ରୀନହଫଙ୍କ ପତ୍ନୀ ତାକୁ ଘରକୁ ଆଣିଥିଲେ । ୧୯୯୫ରେ ମିଲି ଜନ୍ମ ଗ୍ରହଣ କରିଥିଲା । ସେ ଗ୍ରୀନହଫଙ୍କ ପରିବାର ସଦସ୍ୟ ଭଳି ପିଲାଦିନୁ ଚଳିବା ଆରମ୍ଭ କରିବା କରିଥିଲା । ଏବେ ମିଲି ବିଶ୍ବର ସବୁଠାରୁ ବୟସ୍କ ବିଲେଇ ଭାବେ ରେକର୍ଡ କରିଛି । ତେବେ ବୟସ ବଢିବା ସହିତ ତାର ଖେଳ କୁଦ ଧିରେ ଧିରେ ବନ୍ଦ ହେବାରେ ଲାଗିଛି । ଆଉ ସେ ଆଗ ଭଳି ସକ୍ରିୟ ନାହିଁ । ଏବଂ ତା କାନକୁ ମଧ୍ୟ ଟିକେ କମ୍ ଶୁଭୁଛି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories