www.samajalive.in
Monday, December 8, 2025
27.1 C
Bhubaneswar

ଗ୍ୟାସ୍ ସିଲିଣ୍ଡର ଲିକ୍ ଯୋଗୁଁ ଜଳିଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

କଲମପୁର : ଗ୍ୟାସ୍ ସିଲିଣ୍ଡର ଲିକ୍ ଯୋଗୁଁ ଜଳିଗଲା ଘର। ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ। କଲମପୁର ବ୍ଲକ ଇଚ୍ଛାପୁର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ମଙ୍ଗଳବାର ରାତି ପ୍ରାୟ  ୮ଟା ବେଳେ ଇଚ୍ଛାପୁର ଗାଁର  ଜଳନ୍ଧର ଖର୍ସେଲ ନାମକ ଜଣେ ବ୍ୟକ୍ତି ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଲିକ୍ ହେବା ଯୋଗୁଁ  ନିଆଁ ଲାଗି ଯାଇଥିଲା। ଫଳରେ ଘରକୁ ଲାଗି ରହିଥିବା ଦୋକାନ ଘର ମଧ୍ୟ ଜଳ ପୋଡି ପାଉଁଶ ହୋଇଯାଇଥିଲା। ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇ ନଷ୍ଟ ହେଇଯାଇଛି। ପରିବାର ଲୋକ ସ୍ଥାନୀୟ ଲୋକଙ୍କର ସହଯୋଗରେ ନିଆଁ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ଏହାସହ କଲମପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। କିନ୍ତୁ ଅଗ୍ନିଶମ ବିଭାଗର କିଛି କର୍ମଚାରୀ ଭୋଟ ଗଣତି କାର୍ଯ୍ୟରେ ନିୟୋଜିତ ଥିବାରୁ ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ବିଳମ୍ବ ହେଇଥିଲା। ଯେଉଁଥିପାଇଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories