www.samajalive.in
Friday, December 5, 2025
27.1 C
Bhubaneswar

ବହୁ ପଛରେ ପଡିଲେ ମା ଓ ପୁଅ: କୋରେଇରେ ସନ୍ଧ୍ୟାରାଣୀ, ସମ୍ବଲପୁରରେ ପ୍ରଣବ ବହୁ ପଛରେ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ହଇଚଇ ହେବାକୁ ଯାଉଛି। ବିଜେପି ବିଜୟ ପଥରେ ଆଗକୁ ବଢୁଥିବା ବେଳେ ପଛରେ ପଡିଛିି ଶାସକ ବିଜେଡି। ବିଜେଡିର ବହୁ ଟାଣୁଆ ନେତା ପଛରେ ପଡିଥିବା ବେଳେ ଆଗରେ ରହିଛନ୍ତି ବିଜେପି ନେତା। ଯାଜପୁରର ଟାଣୁଆ ନେତା ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଚଳିତ ଥର ସମ୍ବଲପୁର ଲୋକସଭା ଆସନରେ ନିର୍ବାଚନ ଲଢୁଥିବା ବେଳେ ପଛୁଆ ରହିଛନ୍ତି। ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସେ କଡା ଟକ୍କର ଦେଇଥିଲେ ସୁଦ୍ଧା ପଛରେ ପଡିଛନ୍ତି। ପ୍ରଣବ ଏଠାରେ ଧର୍ମେନ୍ଦ୍ରଙ୍କ ଠାରୁ ୬୫ହଜାରରୁ ଅଧିକ ଭୋଟରେ ପଛରେ ରହିଛନ୍ତି।
କୋରେଇରେ ପ୍ରଣବଙ୍କ ମା ସନ୍ଧ୍ୟାରାଣୀଙ୍କୁ ଦଳ ଟିକେଟ ଦେଇଥିଲା। ଏଠାରେ ବି ସେ ପଛରେ ରହିଛନ୍ତି। ସନ୍ଧ୍ୟାରାଣୀ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ଠାରୁ ୮୧୯ ଭୋଟରେ ପଛରେ ପଡିଛନ୍ତି। ଆକାଶ ୨୧ହଜାର ୭୨୨ ଭୋଟ ପାଇଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories