www.samajalive.in
Saturday, December 6, 2025
19.1 C
Bhubaneswar

ଦେଖନ୍ତୁ ଭୟଙ୍କର ଭିଡିଓ : ଜନବସତି ଭିତରେ ପଶି କେମିତି ଶିକାର କଲା ଚିତାବାଘ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ଭୟଭୀତ କରିବା ଭଳି ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ତାମିଲନାଡୁର କୋଏମ୍ବଟୁରରେ ଏକ ବାଘର। ଏକ ଘର ବାହାରେ ଚିତାବାଘ ଭୟଙ୍କର ଶୈଳୀରେ ଏକ କୁକୁଡାର କିଭଳି ଶିକାର କରୁଛି, ତାହା ଭିଡିଓରେ ଦେଖାଯାଉଛି। ଜନବସତି ଅଞ୍ଚଳରେ ବାଘ ପଶି ଏଭଳି ଶିକାର କରିବା ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଚିତାବାଘ ଦେଖାଯିବା ପରେ ବନ ବିଭାଗ ଉକ୍ତ ଅଞ୍ଚଳରେ ନଜର ରଖିଛି। ଚିତାବାଘ ବୁଧବାର ଭୋର ସମୟରେ ଅଞ୍ଚଳରେ କୁକୁଡାର ଶିକାର କରିଛି। ଭିଡିଓ ଦେଖି ଆପଣଙ୍କ ହୋସ୍ ମଧ୍ୟ ଉଡିଯିବ।
ଚିତାବାଘ କୁକୁଡାକୁ ଆକ୍ରମଣ କରିବା ଘଟଣା ୨୯ ମେ’ ଭୋର ୫ଟା ସମୟରେ କୋଏମ୍ବଟୁରର ସୋମଆନୁର ଗାଁର।


ଭିଡିଓରେ ଦେଖିପାରିବେ.. ଏକ ଘରର କାନ୍ଥରେ କୁକୁଡାଟି ବସିଛି। କାନ୍ଥର ଉଚ୍ଚତା ପ୍ରାୟ ୧୦ ଫୁଟ୍ ଉଚ୍ଚତା ବିଶିଷ୍ଟ।
ଚିତାବାଘଟି ଧିରେ ଧିରେ ଆସୁଛି। ଉଚ୍ଚ କାନ୍ଥରେ ବସିଥିବା କୁକୁଡାଟିକୁ ଦେଖୁଛି। ଏହାପରେ ବାଘଟି କୁକୁଡାକୁ ସିଧାସଳଖ ଆକ୍ରମଣ କରୁଛି। ମାତ୍ର କୁକୁଡାଟି ସେହି ସମୟରେ ଅନ୍ୟ ଆଡକୁ ଡେଇଁ ପଡୁଛି। ଏହାପରେ ଚିତାବାଘଟି ପୁଣି କୁୁକୁଡା ଉପରକୁ ଡେଉଁଛି ଓ ପାଟିରେ ଧରି ନେଉଛି। ପାଟି ଭିତରେ କୁକୁଡାକୁ ରଖି ଚିତାବାଘ ସେଠାରୁ ପଳାଉଥିବା ଭିଡିଓରେ ଦେଖାଯାଉଛି।
ନିକଟରେ ମଧ୍ୟପ୍ରଦେଶରେ ଏକ ଜନବସତି ଅଞ୍ଚଳରେ ଚିତାବାଘ ଆକ୍ରମଣ କରିଥିବା ଏକ ଘଟଣା ସାମ୍ନାକୁ ଆସିଥିଲା। ବୁଧବାର (୨୯ ମେ’ରେ) ସକାଳେ ଶୌଚ ପାଇଁ ଯାଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥିଲା। ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇ ସେଠାରେ ନିଜ ଜୀବନ ବଞ୍ଚାଇ ପଳାଇଥିଲେ। ଚିତ୍କାର କରିବାରୁ ଗାଁ ଲୋକେ ଏକାଠି ହେବା ପରେ ଚିତାବାଘ ସେଠାରୁ ଖସି ପଳାଇଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories