www.samajalive.in
Monday, December 8, 2025
24.1 C
Bhubaneswar

ଗରିବଙ୍କ ଅପେକ୍ଷା ଧନୀ ଲୋକଙ୍କୁ ହେଉଛି ଅଧିକ ମାତ୍ରାରେ କର୍କଟ…

ନୂଆଦିଲ୍ଲୀ: ଏକ ଅଧ୍ୟୟନରୁ ଜଣାପଡିଛି ଯେ ଗରିବ ଲୋକଙ୍କ ତୁଳନାରେ ଅଧିକାଂଶରେ ଧନୀ ଲୋକ ମାନେ ମାରାତ୍ମକ କର୍କଟ ରୋଗର ଶିକାର ହେଉଛନ୍ତି। ବର୍ତ୍ତମାନ ସ୍ଥିତିରେ ଏହା ଦେଖାଯାଉଛି ଯେ, କମ୍ ଆୟ କରୁଥିବା ଲୋକ ଅଧିକ ରୋଜଗାର କରୁଥିବା ଲୋକଙ୍କ ତୁଳନାରେ ରୋଗ ପ୍ରତି ଅଧିକ ସମ୍ବେଦନଶୀଳ। ଫିନଲ୍ୟାଣ୍ଡର ହେଲସିଙ୍କି ବିଶ୍ଵ ବିଦ୍ୟାଳୟର ଏକ ଅଧ୍ୟୟନରୁ ଏହା ଜଣାପଡିଛି। ଧନୀ ଶ୍ରେଣୀୟ ଲୋକଙ୍କୁ ଅଧିକାଂଶରେ ସ୍ତନ, ପ୍ରୋଷ୍ଟେଟ୍ ଏବଂ ଅନ୍ୟାନ୍ୟ ପ୍ରକାରର କର୍କଟ ହେବାର ଆଶଙ୍କା ଅଧିକ ମାତ୍ରାରେ ରହିଥାଏ। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ମୂତାବକ କମ୍ ଆୟ କରୁଥିବା ଲୋକମାନେ ଜେନେଟିକ୍ ଭାବରେ ମଧୁମେହ, ଆଥ୍ରାଇଟିସ୍, ଡିପ୍ରେସନ୍, ମଦ୍ୟପାନ ଏବଂ ଫୁସଫୁସ୍ କର୍କଟ ରୋଗ ପ୍ରତି ଅଧିକ ସମ୍ବେଦନଶୀଳ ରହିଥାନ୍ତି। ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ରୋଗ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ଏହା ସାଧାରଣତଃ ବୟସ ଉପରେ ନିର୍ଭର କରେ। ତେଣୁ ବର୍ତ୍ତମାନ ସ୍ଥିତିରେ ଜେନେଟିକ୍ ସ୍ତରୀୟ ରୋଗ ଜଣେ ବ୍ୟକ୍ତିର ସାମାଜିକ ଓ ଅର୍ଥନୈତିକ ପୃଷ୍ଠଭୂମି ଉପରେ ନିର୍ଭର କରିଥାଏ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories