www.samajalive.in
Monday, December 8, 2025
27.1 C
Bhubaneswar

ସରିଲା ମତଦାନ : ରାତି ୧୧ଟା ସୁଦ୍ଧା ୭୦.୪୭ ପ୍ରତିଶତ ମତଦାନ, ୪ରେ ଗଣତି

ଭୁବନେଶ୍ବର : ରାଜ୍ୟର ଚତୁର୍ଥ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଶନିବାର ସରିଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଞ୍ଜ ଲୋକସଭା ଆସନ ସମେତ ଏହା ଅଧୀନରେ ଆସୁଥିବା ୪୨ ବିଧାନସଭା ଆସନ ପାଇଁ ମତଦାତା ଲମ୍ବା ଧାଡିରେ ଠିଆ ହୋଇ ମତାଧିକାର ସାବ୍ୟସ୍ତ କରିଛନ୍ତି। ଇଭିଏମରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ ହୋଇ ରହିଛି। ଆସନ୍ତା ୪ ତାରିଖରେ ଭୋଟ ଗଣତି କରାଯିବ। ରାତି ୧୧ଟା ସୁଦ୍ଧା ରାଜ୍ୟରେ ମୋଟ  ମତଦାନ ହାର ୭୦.୪୭% ରେକର୍ଡ ହୋଇଛି। ସକାଳ ୯ ସୁଦ୍ଧା ପ୍ରାୟ ୭.୬୯ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ପ୍ରତିଶତ ମତଦାନ ହୋଇଥିଲା। ରାତି ୧୧ଟା ସୁଦ୍ଧା ବାଲେଶ୍ବର ସଂସଦୀୟ ‌କ୍ଷେତ୍ରରେ ୭୦.୪୧%, ଭଦ୍ରକ ୭୦.୩୪%, ଜଗତସିଂହପୁର ୭୩.୦୬%, ଯାଜପୁର ୬୭.୯୧, କେନ୍ଦ୍ରାପଡ଼ା ୬୮.୬୪% ଓ ମୟୂରଭଞ୍ଜରେ ୭୨.୪୮% ମତଦାନ ହୋଇଛି। ବିଧାନସଭା ଆସନ କ୍ଷେତ୍ରରେ ସର୍ବାଧିକ ମତଦାନ ବାଙ୍ଗିରିପୋଷୀରେ ୭୭.୫୨% ହୋଇଥିବାବେଳେ ସର୍ବନିମ୍ନ ଆଳି ଆସନରେ ୬୨.୩୮% ହୋଇଛି। ଅସହ୍ୟ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ସକାଳୁ ଭୋଟରଙ୍କ ପ୍ରବଳ ଭିଡ଼ ଲାଗିଥିଲା। କାଁ ଭାଁ ନିର୍ବାଚନୀ ହିଂସାକୁ ଛାଡି ଦେଲେ ବାକି ସବୁ ବୁଥରେ ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories