www.samajalive.in
Monday, December 8, 2025
24.1 C
Bhubaneswar

ଆଇଏସଆଇଏସର ଯୋଜନାକୁ ପଣ୍ଡ କଲା ଏନଆଇଏ: ୧୬ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି(ଏନଆଇଏ) ବୁଧବାର ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଯୋଜନା ଅନ୍ତର୍ଗତ “ହର୍କୁତ ଉଲ ର୍ହବ ଏ ଇସଲାମ’ର ପର୍ଦାଫାସ କରିଛି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଆଇଏସଆଇଏସ ଯୋଜନା ଅନ୍ତର୍ଗତ ଥିବାବେଳେ ଏହା ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ବ୍ୟାପକ ଭାବେ ସକ୍ରିୟ ଥିଲା। ଏନଆଇଏ ପ୍ରତ୍ୟକ୍ଷ ସହଯୋଗରେ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଏସଆଇଟି ସହଯୋଗରେ ମୋଟ୍‍ ୧୬ଟି ସ୍ଥାନ ଉପରେ ଚଢ଼ାଉ କରାଯାଇଛି। ଏଥିରେ ଉତ୍ତରପ୍ରଦେଶର ଆମରୋହାଠାରେ ୧୦ଜଣ ସନ୍ଦେହଜନକ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପଚରାଉଚରା ଆରମ୍ଭ ହୋଇଛି।
ଏନଆଇଏର ନେତୃତ୍ୱରେ ଦିଲ୍ଲୀର ଜଫରାବାଦ ଓ ଉତ୍ତରପ୍ରଦେଶର ଆମରୋହାର ୧୬ଟି ସ୍ଥାନରେ ଚାଲିଥିବା ଚଢାଉରେ ଗିରଫ ସଂଖ୍ୟା ଅଧିକ ହେବାର ସମ୍ଭାବନା ରହିଛି। ଯେଉଁମାନେ ଅଦ୍ୟାବଧି ଗିରଫ ହୋଇଛନ୍ତି ସେମାନଙ୍କ ନିକଟରୁ ବ୍ୟାପକ ପରିମାଣର ମାରଣାସ୍ତ୍ର ଓ ବୋମା ନିର୍ମାଣରେ ବ୍ୟବହାର କରାଯାଉ ଥିବା ସାମଗ୍ରୀ ଜବତ କରାଯାଇଛି। ଏହାବ୍ୟତୀତ ଏହି ଯୋଜନା ପ୍ରଚ୍ଛଦରେ ଥିବା ଉଦ୍ଦେଶ୍ୟ ସମ୍ପର୍କରେ ଅପରାହ୍ଣ ୪ଟାରେ ଏନଆଇଏ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିବାର କାର୍ଯ୍ୟକ୍ରମ

- Advertisement -

ରହିଛି। ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଦ୍ୟାବଧି ଗିରଫ ହୋଇଥିବା ବ୍ୟକ୍ତିଙ୍କ ନିକଟରୁ ୮ଟି ପିସ୍ତଲ ଓ ଗୋଟିଏ ଗ୍ରେନେଡ ଲଞ୍ଚର ଜବତ କରାଯାଇଛି। ୮ଟି ପିସ୍ତଲ ମଧ୍ୟରୁ ୭ଟି ଦିଲ୍ଲୀରୁ ଜବତ୍‍ କରାଯାଇ ଥିବାବେଳେ ଗୋଟିଏ ଆମରୋହାରୁ ଜବତ ହୋଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହାବୁଡ଼ର ବକ୍ସର ଅଞ୍ଚଳର ମୌଲାନା ଅଟନ୍ତି। ଆଇଏସଆଇଏସ ଯୋଜନା ଅନ୍ତର୍ଗତ ଦିଲ୍ଲୀ ପୁଲିସ ମୁଖ୍ୟାଳୟ, ଓ ଆରଏସଏସ କାର୍ଯ୍ୟାଳୟ ଅର୍ନ୍ତଭୁକ୍ତ। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଗୋଟିଏ ପରିବାରର ୩ଭାଇ ସମ୍ପୃକ୍ତ ଥିବା ଜଣା ପଡ଼ିଛି।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଅନୁରୂପ ଏଲର୍ଟ ପୂର୍ବରୁ ଜାରି କରାଯାଇ ଥିଲା। ଏହି ଚଢାଉ ଦ୍ୱାରା ଆଇଏସଆଇଏସ ସଂଗଠନ ଭାରତରେ ନିଜ ସ୍ଥିତି ସୁଦୃଢ କରିବାର ପ୍ରୟାସରେ ଚଲାଇଥିବା ଯୋଜନାକୁ ଏନଆଇଏ ପଣ୍ଡ କରିଦେଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories