ରାସ୍ତାରେ ବିପଜ୍ଜନକ ଷ୍ଟଣ୍ଟର ଭିଡିଓ ଭାଇରାଲ, କଟିଲା ୫୫ ହଜାର ଟଙ୍କାର ଚାଲାଣ
ନୋଏଡ଼ା: ସେକ୍ଟର-୧୨୬ ଥାନା ଅଞ୍ଚଳରେ ନୋଏଡ଼ା-ଗ୍ରେଟର ନୋଏଡ଼ା ଏକ୍ସପ୍ରେସୱେରେ ଜୀବନକୁ ବାଜି ଲାଗାଇ ବିପଦପୂର୍ଣ୍ଣ ଷ୍ଟଣ୍ଟ କରାଯାଇଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। କାର ଚାଳକଙ୍କ ପାଇଁ ଏକ୍ସପ୍ରେସୱେରେ ଅନେକ ଯାନ ବାହାନ ଅଟକି ରହି ଟ୍ରାଫିକ ଜାମ୍ ସମସ୍ୟା ସୃଷ୍ଟି ହୋଇଥିବା ଭିଡିଓରେ ନଜର ଆସିଛି। ଭିଡିଓ ଭାଇରାଲ ହେବାପରେ ଗାଡ଼ି ନମ୍ବରକୁ ଚିହ୍ନଟ କରାଯାଇ ୫୫ ହଜାର ଟଙ୍କାର ଚାଲାଣ କଟାଯାଇଥିବା ଜଣାପଡ଼ିଛି।
୩୫ ସେକେଣ୍ଡର ଭିଡିଓ, ଆଉ ୫୫ ହଜାରର ଚାଲାଣ: ନୋଏଡ଼ା-ଗ୍ରେନୋ ଏକ୍ସପ୍ରେସୱେରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ପଡ଼ିଲା ଭାରି#ViralVideo #Samajalive pic.twitter.com/WFvAkJ7fHf
— Samaja Live (@samajalive) May 30, 2024
ଟ୍ରାଫିକ୍ ଡିସିପି ଅନିଲ କୁମାର ଯାଦବ କହିଛନ୍ତି ଯେ, ଏକ୍ସପ୍ରେସୱେରେ ରାସ୍ତା ମଝିରେ କାର୍ଟି ଗୋଲ ଗୋଲ ବୁଲୁଥିବା ଦେଖି ଅନ୍ୟ ଗାଡ଼ି ଚାଳକମାନେ ନିଜେ ଅଟକି ଯାଇଥିଲେ। ଏହି କାରଣରୁ ଅଧ ଘଣ୍ଟାରୁ ଅଧିକ ସମୟ ଧରି ସେକ୍ଟର-୧୨୫ ନିକଟରେ ଟ୍ରାଫିକ୍ ଜାମ୍ ହୋଇଥିଲା। ସେହି ରାସ୍ତା ଦେଇ ଯାଉଥିବା ଲୋକେ ଏହାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି ଏବଂ ନୋଏଡ଼ା କମିଶନରେଟ୍ ପୁଲିସ ଓ ଟ୍ରାଫିକ୍ ବିଭାଗକୁ ଟ୍ୟାଗ୍ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାପରେ ଗାଡ଼ି ନମ୍ବର ଚିହ୍ନଟ କରି ଟ୍ରାଫିକ୍ ବିଭାଗ ୫୫,୦୦୦ ଟଙ୍କାର ଚାଲାଣ କାଟିଛି। କାର୍ରେ ଷ୍ଟଣ୍ଟ କରୁଥିବା ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି। ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Comments are closed.