www.samajalive.in
Sunday, December 7, 2025
13.1 C
Bhubaneswar

ଆଜି ହିଟ୍ ଓ୍ବେଭ୍‌ ପାଇଁ ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : କିଛି ଦିନର ବ୍ୟବଧାନ ପରେ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଏବଂ ଉପକୂଳ ଓଡ଼ିଶା ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପଶ୍ଚିମାଞ୍ଚଳରେ ଟାଣଖରା ଯୋଗୁଁ ବାହାରକୁ ବାହାରି ହେଉନାହିଁ। ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଗରମ ଏବଂ ଗୁଳୁଗୁଳି ଲାଗି ରହିଛି। ପ୍ରାୟ ଅଞ୍ଚଳରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ୧୭ଟି ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ପରେ ରହିଛି। ସେହିପରି ୧୦ଟି ସହରରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ଉପରେ ରେକର୍ଡ ହୋଇଛି। ଦିନର ସର୍ବୋଚ୍ଚ ତାପମାତ୍ରା କେତେକ ସ୍ଥାନରେ ୪୫ଡିଗ୍ରୀ ଅତିକ୍ରମ କରିଥିବାରୁ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି। ବୌଦ୍ଧରେ ସର୍ବାଧିକ ତାପମାତ୍ରା ରାଜ୍ୟରେ ସବୁଠୁ ଅଧିକ ୪୫.୯ଡିଗ୍ରୀ ରେକର୍ଡ ହୋଇଛି। ସୁବର୍ଣ୍ଣପୁର ୪୫.୩ ଓ ଟିଟିଲାଗଡ଼ରେ ଦିନ ତାପମାତ୍ରା ୪୫ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୪.୮ଡିଗ୍ରୀ ଛୁଇଁଥିବା ବେଳେ ସମ୍ବଲପୁର ୪୪.୬, ଭବାନୀପାଟଣା ୪୪, ବଲାଙ୍ଗିର ୪୪.୫, ହୀରାକୁଦ ୪୩.୬, ଫୁଲବାଣୀ ୪୩.୩, ନୂଆପଡ଼ା ୪୩, ତାଳଚେର ଓ ବରଗଡ ୪୨.୨ ଡିଗ୍ରୀ ଲେଖାଏଁ, ମାଲକାନଗିରି ଓ ସୁନ୍ଦରଗଡ ୪୧.୬, ପାରଳାଖେମୁଣ୍ଡି ୪୧.୫, ଅନୁଗୋଳ ୪୧.୧ ଏବଂ ନୟାଗଡ଼ରେ ୪୦.୩ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ହୋଇଛି। ବାୟୁମଣ୍ଡଳରେ ଆର୍ଦ୍ରତା ୮୩ ପ୍ରତିଶତ ଥିବାରୁ ସକାଳୁ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୨ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି, ତେଣୁ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ। ପଶ୍ଚିମ ଓଡ଼ିଶାରେ ତାତି ଅନୁଭୂତ ହେବା ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।
ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗିର, ସମ୍ବଲପୁର, ନୂଆପଡା, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଏବଂ କନ୍ଧମାଳ ଜିଲାକୁ ଗ୍ରୀଷ୍ମପ୍ରବାହ ସତର୍କତା ଜାରି କରାଯାଇଛି। ଟିଟିଲାଗଡ, ନୂଆପଡା, ବଲାଙ୍ଗିର, ଝାରସୁଗୁଡା ଜିଲାରେ ପାରଦ ୪୫ ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ରହିଛି। ଉଷ୍ଣ-ଆର୍ଦ୍ର ପାଇଁ ପାଣିପାଗ ବିଭାଗ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲାକୁ ସତର୍କ ସୂଚନା ଜାରି କରିଛି। ଏସବୁ ଜିଲାଗୁଡିକରେ ଗରମ ସହିତ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ। ମେ’ ୩୧ ତାରିଖ ବେଳକୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ‌କେତେକ ଜିଲାରେ କାଳବୈଶାଖୀ ଦ୍ବାରା ବର୍ଷା ପବନ ବହିବ। ଆଗାମୀ ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories