www.samajalive.in
Friday, December 5, 2025
26.1 C
Bhubaneswar

ବୌଦ୍ଧ ଜିଲାରେ ମାଟ୍ରିକ ପାସହାର ୯୫.୪୯ ପ୍ରତିଶତ

ବୌଦ୍ଧ: ବୌଦ୍ଧ ଜିଲାରେ ମାଟ୍ରିକ ପରୀକ୍ଷା ପାସହାର ୯୫.୪୯ ପ୍ରତିଶତ ରହିଛି। ଚଳିତବର୍ଷ ଏ-୧ରେ ୪ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଶୁଭ୍ରଦୀପ ପ୍ରଧାନ ୫୫୪ ମାର୍କ (୯୨.୩୩%) ସହ ଜିଲ୍ଲା ଟପର ହୋଇଛନ୍ତି। ବହିରା ପଂଚାୟତ ହାଇସ୍କୁଲର ଛାତ୍ର ପଦ୍ମନାଭ ମେହେର ୫୫୨ ମାର୍କ (୯୨%), ଯୋଗୀନ୍ଦ୍ର ଦେବ ହାଇସ୍କୁଲର ଛାତ୍ର ପ୍ରେମାନନ୍ଦ ମେହେର ୫୪୦ ମାର୍କ (୯୦%) ଓ ବୌଦ୍ଧ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ ମନୀଷା ରାଣୀ ପୁରୋହିତ ୫୪୦ ମାର୍କ (୯୦%) ରଖିଛନ୍ତି।

ଚଳିତ ବର୍ଷ ଜିଲ୍ଲାରେ ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୪ ତାରିଖ ମଧ୍ୟରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ୬୫୬୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଜିଲ୍ଲାରେ ୭୫ଟି ହାଇସ୍କୁଲ ରହିଥିବା ବେଳେ ସେଥିମଧ୍ୟରୁ ୨୮ଟି ବିଦ୍ୟାଳୟରେ ଶତପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଜଣାପଡ଼ିଛି। ଜିଲାରେ ମାଟ୍ରିକ ପରୀକ୍ଷା ଫଳ ସନ୍ତୋଷଜନକ ହୋଇଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଆନନ୍ଦ ପ୍ରକାଶ ପାଇଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories